ବିଜେପିର ପ୍ରଶ୍ନ- ଇଏ ପ୍ରକୃତ ମୁଖ୍ୟମନ୍ତ୍ରୀ ନା ଏଆଇ ?

68

 ବିଜେଡିର ଦଳୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାଷଣ ଦେବାକୁ ନେଇ ପୁଣି ବର୍ଷିଲା ବିଜେପି । ବିଜେଡି ଆଉ ବିଜୁ ଜନତା ଦଳ ହୋଇନାହିଁ ।  ବିଜେଡି ଏବେ ବ୍ୟୁରୋକ୍ରାଟିକ ଜନତା ଦଳରେ ପରିଣତ ହୋଇଛି ବୋଲି ତାଚ୍ଛଲ୍ୟ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ । ସଚିବମାନେ ଦଳ ଚଳାଉଛନ୍ତି, ବିଜେଡି ଦଳର ନେତାମାନେ ଅଫିସରଙ୍କ ପାଇଁ ଟୁଇଟ କରୁଛନ୍ତି । ନିର୍ବାଚନୀ କିଏ ଟିକେଟ ପାଇବ ତାହା ବ୍ୟୁରୋକ୍ରାଟ ମାନେ ସ୍ଥିର କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । 

ରାଜନୈତିକ ଦଳର କାର୍ଯ୍ୟକାରିଣୀରେ ଜଣେ ସଚିବ କିଭଳି ଭାଷଣ ଦେଇପାରିବେ ବୋଲି ପ୍ରଶ୍ନ କରିଛି ବିଜେପି ।  ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କର ଯଦି ରାଜନୀତି କରିବାର ଇଚ୍ଛା ଅଛି ସିଧା ରାଜନୀତିକୁ ଆସନ୍ତୁ । ସରକାରୀ ଚାକିରୀ କରି ଦଳୀୟ କାର୍ଯ୍ୟକ୍ରମରେ ଭାଷଣ ଦେବା ସମ୍ବିଧାନ ସମ୍ମତ କି ? ବିଜେଡିରେ ରାଜନୈତିକ ଅସହାୟତା ତିଆରି ହେଲାଣି। 

ବ୍ୟୁରୋକ୍ରାଟ ମାନେ ଦଳୀୟ କାର୍ଯ୍ୟକ୍ରମରେ ଭାଷଣ ଦେବା ସହ ନିର୍ବାଚନରେ ଟିକେଟ କାହାକୁ ଦିଆ ହେବ ତାହାର ପ୍ରୋଫାଇଲ୍ ମଧ୍ୟ ତିଆରି କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଥିବା ଆଇପିଏସ ଅଫିସର କାହାକୁ ଟିକେଟ ଦିଆଯିବ ସେ ନେଇ ସର୍ଭେ କରୁଛନ୍ତି । ଟିକେଟ ପାଇଁ ବର୍ଗେନ୍ ମଧ୍ୟ ଆରମ୍ଭ ହୋଇଗଲାଣି । ଖଣି ଅଞ୍ଚଳରୁ କେତେ ଟଙ୍କା ଏବଂ ଉପକୂଳରୁ କେତେ ଟଙ୍କା ଦେଲେ ଟିକେଟ ଦିଆଯିବ ସେ ନେଇ ବର୍ଗେନିଂ ଚାଲିଛି । ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଓଡ଼ିଶାରେ ପଲିଟିକାଲ ଇକୋ ସିଷ୍ଟମ ସଂପୂର୍ଣ୍ଣ ଦୁର୍ବଳ ହୋଇଯାଇଛି । ରାଜ୍ୟରେ ବ୍ୟୁରୋକ୍ରାସିର ଅରାଜକତା ଚାଲିଛି । ଆଉ ଏହି ଅରାଜକତା ପାଇଁ ଡିଏନ ଗ୍ରୁପ, ପ୍ରଶାନ୍ତ ରାଉତଙ୍କ ଭଳି ଦୁର୍ନୀତଖୋରଙ୍କ ଠାରୁ ଶହ ଶହ କୋଟି ଟଙ୍କା ଜବତ ହେଉଛି । ଓଡ଼ିଶାରେ କଳା ଟଙ୍କାର ବ୍ୟବସାୟ ତିଆରି ହେଉଛି । 

Comments are closed, but trackbacks and pingbacks are open.