ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଏବଂ ‘ମମିତାଙ୍କୁ ନ୍ୟାୟ’ ପ୍ରସଙ୍ଗରେ ବିଜେପିର ବୁଦ୍ଧିଜୀବି ସମ୍ମିଳନୀ

21

ବହୁଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଏ ପର୍ଯ୍ୟନ୍ତ ତଦନ୍ତ ସଠିକ ଭାବରେ ହେଉନାହିଁ I ଏ ପର୍ଯ୍ୟନ୍ତ ସେ ଏଘଟଣାଟି ରହସ୍ୟମୟ ହୋଇ ରହିଛି ଏବଂ ଦୋଷୀଙ୍କୁ ଦଣ୍ଡ ମିଳିନାହିଁ ଇ କ୍ରାଇମସିନ ରିକ୍ରିଏସନ କୁ ଗଣମାଧ୍ୟମରେ ପ୍ରକାଶ କାର୍ରଯାଇ ତଦନ୍ତ ପ୍ରକ୍ରିୟାର ଗୋପନୀୟତାକୁ ରକ୍ଷା କରାଯାଇନାହିଁ I ତେଣୁ ‘ମମିତାଙ୍କୁ ନ୍ୟାୟ’ ପ୍ରସଙ୍ଗରେ ଭୂବନେଶ୍ୱରର ଇଡ଼କୋଲ ଭବନ ଠାରେ ଦିନ ୪ ଟାରେ ବିଜେପିର ବୁଦ୍ଧିଜୀବି ସମ୍ମିଳନୀ ହୋଇଯାଇଛି ।
ଦଳ କହିଛି ଯେ, ବିଜେଡି ଶାସନରେ, ମହିଳା ବିପଦରେ ରାଜ୍ୟରେ ମହିଳା ହିଂସା, ନିର୍ଯ୍ୟାତନା, ବଳାତ୍କାର, ହତ୍ୟା ଭଳି ବିଭତ୍ସ ଘଟଣାମାନ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବା ବେଳେ ଦଣ୍ଡବିଧାନ ହାର ଅତ୍ୟନ୍ତ ନଗଣ୍ୟ ବୋଲି ଏନସିଆରବି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ହୋଇଛି । ମହିଳା ନିର୍ଯ୍ୟାତନାରେ ଓଡିଶା ରାଜ୍ୟ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିବା ପଛରେ ସମସ୍ତ ଶ୍ରେୟ ଶାସକ ବିଜେଡିର । ସେହିପରି ବିଜେପିନେତା ସମୀର ମହାନ୍ତି କହିଛନ୍ତି ସାଧାରଣ ଜନତା କିପରି ଭାବରେ ପୋଲିସ ଉପରେ ଆସ୍ଥା ବିଶ୍ୱାସ ବଜାୟ ରଖିବେ ତାହା ମୁଖ୍ୟମନ୍ତ୍ରୀ ବୁଝିବା ଦରକାର I
ଗୋଟିଏ ପଟେ ଶାସକ ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତାମାନେ ପ୍ରତ୍ୟକ୍ଷ ଭାବେ ଏହି ସବୁ ଘଟଣାରେ ସଂପୃକ୍ତ ରହୁଥିବାବେଳେ ଅନ୍ୟ ପଟେ ମୁଖ୍ୟମନ୍ତ୍ରୀ ଯେ କୈାଣସି ସ୍ତରକୁ ଓହ୍ଲାଇ ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନ କାରଣରୁ ଅପରାଧରେ ସଂପୃକ୍ତ ଶାସକ ଦଳର ନେତାମାନେ ଜଘନ୍ୟ ଅପାରାଧ ଭିଆଇ ମଧ୍ୟ ଦୋଷମୁକ୍ତ ହୋଇ ନିର୍ଭୟରେ ବୁଲୁଛନ୍ତି ଏବଂ ଭବିଷ୍ୟତରେ ଅପରାଧ ଭିଆଇବାକୁ ପୁନଃ ସାହସ କରୁଛନ୍ତି । ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣା ଏହାର ଏକ ଜ୍ୱଳନ୍ତ ଉଦାହରଣ ।
ମମିତା ହତ୍ୟାକାଣ୍ଡ ଘଟିବାର ମାସେ ଭିତରେ ସମସ୍ତ ତଥ୍ୟ ପ୍ରମାଣ ନଷ୍ଟ କରିବାର ସୁଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ମଂଚରେ ବସିବା ରାଜ୍ୟବାସୀଙ୍କୁ ବିସ୍ମିତ କରିଛି । ପୋଲିସ ଯାହାକୁ ବାନ୍ଧିବା କଥା, ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସିଛି । ଶାସକ ଦଳ ତରଫରୁ ବିଭ୍ରାନ୍ତିକର ବୟାନବାଜି କରି ଜନତାଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଉଛି ।
‘ମମିତାଙ୍କୁ ନ୍ୟାୟ’ ପ୍ରସଙ୍ଗ ଅଲୋଚନାଚକ୍ରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ତଥା ବରିଷ୍ଠ ନେତା ଶ୍ରୀ ପ୍ରକାଶ ମିଶ୍ର, ବରିଷ୍ଠ ଆଇନଜୀବି ତଥା ରାଜ୍ୟ ମୁଖପାତ୍ର ଶ୍ରୀ ପୀତାମ୍ବର ଆଚାର୍ଯ୍ୟ ଯୋଗଦେଇଥିଲେ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।

Leave A Reply

Your email address will not be published.