ଭବାନୀପାଟଣାରେ ବିଜେପିର ବିଶାଳ ଜନସଭା

212

ଭୁବନେଶ୍ୱର: ବିଜେପିର ବିଶାଳ ଜନସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭବାନୀପାଟଣାରେ ପହଞ୍ଚି ଜନସଭାକୁ ସମ୍ବୋଧିତ କରିଛନ୍ତି । ପ୍ରଥମ ଥର କଳାହାଣ୍ଡି ଆସିଛି । ସ୍ୱାଗତ ସମ୍ବର୍ଦ୍ଧନା ପାଇ ବହୁତ ଖୁସି । ଏହା ପ୍ରଭୁ ଜଗନ୍ନାଥ ଓ ମା” ମାଣିକେଶ୍ୱରୀଙ୍କ ଧରିତ୍ରୀ । କଳାହାଣ୍ଡି ଗରିବୀ ଓ ଦାରିଦ୍ୟ ପାଇଁ ପରିଚିତ । ପ୍ରତ୍ୟେକ ଅଞ୍ଚଳର ବିକାଶ ନହେଲେ ବିକଶିତ ଭାରତ ସମ୍ଭବ ନୁହେଁ । କଂଗ୍ରେସ ଗରିବୀ ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ କଂଗ୍ରେସ ଦ୍ୱାରା ଏହା ସମ୍ଭବ ହେଲା ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଦେଖାଇଲେ । ୨୫ କୋଟି ଲୋକଙ୍କୁ ଗରିବୀକୁ ମୋଦୀ ମୁକ୍ତ କରିଛନ୍ତି । ବିଜେପି ସରକାର ଆସିଲେ ଆୟୁଷ୍ମାନ କାର୍ଡ ମିଳିବ । ଗରିବ ହେଉ କି ଧନୀ, ସମସ୍ତଙ୍କୁ ଆୟୁଷ୍ମାନ ସୁବିଧା ମିଳିବ । ୩୭୦ ହଟାଇବୁ କହିଥିଲୁ, ହଟାଇଲୁ । ରାମ ମନ୍ଦିର ନିର୍ମାଣ କରିବାକୁ କହିଥିଲୁ, କରିଦେଖାଇଲୁ ।  ଯାହା ଆମେ କହୁ ତାହା କରୁ, ଏହା ଆମ ଚରିତ୍ର ।  ତିନି ତଲାକ ସମାପ୍ତ କରିବାକୁ କହିଥିଲୁ, ସମାପ୍ତ କଲୁ । ୫୦ ବର୍ଷ କଂଗ୍ରେସ ସରକାର ଓ ୨୫ ବର୍ଷ ବିଜେଡି ସରକାର ଦେଖିଲେ । କଂଗ୍ରେ ସବୁବେଳେ ନକରାତ୍ମକ ରାଜନୀତି କରିଥାଏ । ଆମ ସରକାର ଆସିବା ପରେ ଆତଙ୍କବାଦୀ ଆକ୍ରମଣ କମିିଛି । ଦେଶ ଦ୍ରୁତ ଗତିରେ ଆଗକୁ ବଢୁଛି । ବିଜେପିକୁ କ୍ଷମତାକୁ ଆଣନ୍ତୁ ବୋଲି ରାଜନାଥ ସିଂ ଉପସ୍ଥିତ ଜନତାଙ୍କୁ ଅପିଲ କରିଛନ୍ତି । 

Comments are closed, but trackbacks and pingbacks are open.