ବାଜପେୟୀ ଙ୍କ ଜୟନ୍ତୀ ଅବସରରେ ବିଜେପି ର’ଫୋଂଡିଙ୍ଗ କ୍ୟାମ୍ପେନ’,ଯୋଗଦାନ ପାଇଁ ଦେଶବାସୀଙ୍କୁ ଅମିତଶାହା ଙ୍କ ନିବେଦନ

17

ଆସନ୍ତା ବର୍ଷ ଦେଶର ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିବା ପାଇଁ ବିଜେପି କ୍ରମାଗତ ଭାବରେ ଅନେକ ଆଖିଦୃଶିଆ ଅଭିଯାନ ଚଳାଇଛି । ଶନିବାର ବାଜପେୟୀଙ୍କ ଜୟନ୍ତୀ ଅବସରରେ ‘ଫୋଂଡିଙ୍ଗ କ୍ୟାମ୍ପେନ’ କୁ ବିଜେପି ଜାତୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଶୁଭାରମ୍ଭ କରିବା ସହ ପ୍ରଥମେ ନିଜ ଅଂଶଦାନ ବାବଦ ରସିଦ କାଟିବା ପରେ ଅନ୍ୟ ମାନେ ଅଂଶଦାନ କରିଛନ୍ତି। ଏହି ‘ଫୋଂଡିଙ୍ଗ କ୍ୟାମ୍ପେନ’ ରେ ଦେଶବାସୀ ଙ୍କୁ ଯୋଡି ହୋଇ ନିଜର ଅଂଶଧନ ଯୋଡିବା ପାଇଁ ନିବେଦନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ Iଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା ଲାଗି ନଡ୍ଡା ପାର୍ଟିର ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ପୂର୍ବରୁ ପତ୍ର ଲେଖିଥିବା ବେଳେ ଲୋକେ ସେମାନଙ୍କ ଅଂଶଦାନ କରିବା ସହ ସୋସିଆଲ ମିଡିଆରେ ଏହାର ସ୍କ୍ରିନ ସଟ୍‌ ସେୟାର କରୁଛନ୍ତି। ତେବେ ଗୃହରାଷ୍ଟ୍ର ମନ୍ତ୍ରୀ ଅମିତଶାହା ଏହି ଅଭିଯାନରେ ନିଜକୁ ସାମିଲ କରିଥିବା ବେଳେ ପାର୍ଟି ପାଣ୍ଠିକୁ ୧ ହଜାର ଟଙ୍କା ଦାନ କରିଛନ୍ତି। ଏ ନେଇ ସେ ଏକ ଟ୍ୱିଟ୍‌ ମଧ୍ୟ କରି ଦାନ ବାବଦ କୁ ରସିଦ ର ସ୍କ୍ରିନ ସଟ ସେୟାର କରିଛନ୍ତି I ଏଥିରେ ବିଜେପିକୁ ଦିଆଯାଉଥିବା କୌଣସି ଦାନ ଏକ ମଜଭୁତ ନୂଆ ଭାରତ ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ବୋଲି ଉଲ୍ଲେଖ କରିଛନ୍ତି।
ଏହି ପୋଷ୍ଟରେ କେନ୍ଦ୍ର ଗୃହମନ୍ତ୍ରୀ ପାର୍ଟିକୁ କରିଥିବା ଦାନର ରସିଦ ମଧ୍ୟ ସେୟାର କରିଛନ୍ତି। ଏଥିରେ ପାର୍ଟି ପାଣ୍ଠିକୁ ନିଜର ଅଂଶଦାନ କରିବାକୁ ଚାହୁଁଥିବା ଲୋକେ ‘ନମୋ’ ଆପ୍‌ ମାଧ୍ୟମରେ ମଧ୍ୟ ଅଂଶଦାନ କରିପାରିବେ ବୋଲି ଶାହା ଟ୍ୱିଟ୍‌ରେ ଉଲ୍ଲେଖ କରିଥିବା ବେଳେ ଏହା ଏବେ ଭାଇରାଲ ହେବାରେ ଲାଗିଛି।

ତେବେ କେବଳ କେନ୍ଦ୍ର ଗୃହମନ୍ତ୍ରୀ ନୁହନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କର ଅଂଶଦାନ କରିଥିବା ବେଳେ ଟ୍ୱିଟରରେ ରସିଦ ସେୟାର କରିବା ସହ , ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ ମୁଁ ଭାରତୀୟ ଜନତା ପାର୍ଟିର ପାଣ୍ଠିକୁ ଏକ ହଜାର ଟଙ୍କା ଦାନ କରିଛି। ଏହି ସ୍ଵତନ୍ତ୍ର ଅଭିଯାନ ପ୍ରଥମେ ଆମର ଜାତିର ଆଦର୍ଶ ଏବଂ ଜୀବନସାରା ନିଃସ୍ୱାର୍ଥପର ସେବା କରୁଥିବା କର୍ମକର୍ତ୍ତାମାନଙ୍କ ସଂସ୍କୃତିକୁ ଆହୁରି ଦୃ ଦୃଢ କରିବ I ବିଜେପିକୁ ଶକ୍ତିଶାଳୀ କରିବାରେ, ଦେଶକୁ ଶକ୍ତିଶାଳୀ କରିବାରେ ସହଯୋଗ କରନ୍ତୁ Iଏହି କ୍ଷୁଦ୍ର ଅଂଶଦାନ ନିଶ୍ୱାର୍ଥପର ସେବା ଦିଗରେ ଆହୁରି ଉତ୍ସାହିତ କରିବ। ଏଥିରେ ପ୍ରଧାନମନ୍ତ୍ରୀ ବିଜେପିକୁ ମଜଭୁତ କରିବାରେ ସହଯୋଗ ଦେଶକୁ ମଜଭୁତ କରିବ ବୋଲି ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.