ବିଜେପିର ଅଭିଯୋଗ : ଭାରତ ଯୋଡ଼ ଯାତ୍ରାରେ ପାକିସ୍ତାନ ଜିନ୍ଦାବାଦ ସ୍ଳୋଗାନ

30

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡ଼ ଯାତ୍ରାକୁ ଟାର୍ଗେଟ୍ କରି ଏଥିରେ ପାକିସ୍ତାନ ଜିନ୍ଦାବାଦ ସ୍ଳୋଗାନ ଦିଆଯାଇଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ମଧ୍ୟପ୍ରଦେଶର ଖରଗୋନ୍‌ରେ ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରରା ଅବସରରେ ଏପରି ସ୍ଳୋଗାନ ଦିଆଯାଇଥିବା ବିଜେର୍ପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିୟ ଦାବି କରିଛନ୍ତି । ସେ ଏହାର ଏକ କଥିତ ଭିଡିଓ ଟ୍ୱିଟ୍ କରି କହିଛନ୍ତି, ଭାରତ ଯୋଡ଼ ଯାତ୍ରାରେ ସାମିଲ ପାଇଁ ଅଭିନେତ୍ରୀ ରିଚା ଚଢ୍‌ଢାଙ୍କ ପବ୍ଲିକ୍ ଆପ୍ଲିକେସନ୍ ପରେ ଖରଗୋନ୍‌ରେ ପାକିସ୍ତାନ ଜିନ୍ଦାବା ସ୍ଳୋଗାନ୍ ଦିଆଯାଇଥିଲା । ବିଜେପିର ଏହି ଦାବିର ଜବାବରେ କଂଗ୍ରେସ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କହିଛି । ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଭାରତ ଯୋଡ଼ ଯାତ୍ରାକୁ ବଦନାମ କରିବା ଉଦ୍ଦେଶ୍ୟରେ ଏହାର ଭିଡିଓକୁ ଡକ୍ଟରେଟ୍ କରାଯାଇଛି । କଂଗ୍ରେସର ଅତ୍ୟଧିକ ସଫଳ ଭାରତ ଯୋଡ଼ ଯାତ୍ରାକୁ ବଦନାମ କରିବାକୁ ନିମନ୍ତେ ବିଜେପି ଭରପୂର ଉଦ୍ୟମ କରୁଛି । ଆମେ ଏହା ବିରୋଧରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଯାଉଛୁ ବୋଲି ରମେଶ କହିଛନ୍ତି । ସେ ଆହୁରି କହିଛନ୍ତି, ଆମେ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛୁ, ବିଜେପିକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ।

Comments are closed, but trackbacks and pingbacks are open.