ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ବିଜେପି କର୍ମୀ

26

ବଢୁଛି ବିଜେଡିର ଶକ୍ତି । ଧର୍ମେନ୍ଦ୍ରଙ୍କୁ ଲାଗିଲା ଶକ୍ତ ଝଟକା । ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ବିଜେପି କର୍ମୀ । ବହୁ ଗୋଷ୍ଠୀରେ ବିଭକ୍ତ ହେଲାଣି ବିଜେପି । ଝାରସୁଗୁଡାରେ ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ରୋଚକ ହେବାରେ ଲାଗିଛି ରାଜନୀତି । ମୈଦାନରେ ୯ ଜଣ ପ୍ରାୀର୍ଥୀ ଥିବା ବେଳେ ମୁଖ୍ୟତଃ ୩ ପ୍ରାର୍ଥୀଙ୍କ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି କୁହାଯାଉଛି । ଏତିକି ବେଳେ ୩ ଦଳରେ ଚାଲିଛି ଦଳ ଡିଆଁ ପର୍ବ । ଏହି ପରିପ୍ରେକ୍ଷୀରେ ଆଜି ବିଜେଡିରେ ମିଶିଛନ୍ତି ଝାରସୁଗୁଡା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ । ମଙ୍ଗଳ ଦୁଇ ଥର ବିଜେପି ରାଜ୍ୟ ପରିଷଦରେ କାମ କରିଛନ୍ତି । ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ସାଂସଦ ପ୍ରତିନିଧି ଥିଲେ ।

ଧର୍ମେନ୍ଦ୍ର ପ୍ରଧାନ ଦେବଗଡ଼ ସାଂସଦ ଥିବା ସମୟରେ ବି ସାଂସଦ ପ୍ରତିନିଧି ଥିଲେ । ୨୫ ବର୍ଷରୁ ବିଜେପି ସହ ଥିଲେ । ଏହି ଅବସରରେ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ସ୍ୱାଗତ କରିଛନ୍ତି ସାଂସଦ ମାନସ ମଙ୍ଗରାଜ । ସେହିପରି ଗତକାଲି ବିଜୁ ଜନତା ଦଳରେ ବିଜେପି ମଣ୍ଡଳ ସମ୍ପାଦକ ସ୍ୱତନ୍ତ୍ର କୁମାର ଗୁପ୍ତା ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଛନ୍ତି । କିଛି ଦିନ ପୂର୍ବରୁ ତ୍ରିନାଥ ଗୁଆଲ ମଧ୍ୟ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ । ତେବେ ଗତକାଲି ସରବାହଲ ସୁନାରିମୁଣ୍ଡାଠାରେ ଥିବା ଏକ ହୋଟେଲରେ ଶତାଧିକ ବିଜେପି କର୍ମୀଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି ସ୍ୱତନ୍ତ୍ର ।

ଝାରସୁଗୁଡ଼ାର ସ୍ଥାନୀୟ ବିଜେପି ନେତାଙ୍କୁ ବିଧାୟକ ପ୍ରାର୍ଥୀ କରାଗଲା ନାହିଁ ଏବଂ ଦଳରେ ତଳ ସ୍ତରର ନେତାଙ୍କ କଥା କେହି ଶୁଣୁନଥିବାରୁ ଏହାର ପ୍ରତିବାଦରେ ସେ ବିଜେପିରୁ ଇସ୍ତଫା ଦେଇଥିବା କହିଛନ୍ତି । ତେବେ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ବରିଷ୍ଠ ନେତା ତଥା ବିଜେଡି ବିଧାୟକ ପ୍ରତାପ ଜେନା ।

Comments are closed, but trackbacks and pingbacks are open.