ଶିଶୁ ଭବନ ଛକରେ ବିଜେପି ମହିଳା କର୍ମୀ ଓ ପୁଲିସ୍‌ ଧସ୍ତାଧସ୍ତି

122

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ କୁ ନେଇ ତାତି ଥମିବାର ନାଁ ଧରୁନି। ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍କୁଲ୍‌ ମାଲିକ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେ ଗିରଫ ହୋଇ ସାରିବା ପରେଉଗ୍ର ରୂପ ନେଇଛି ରାଜନୀତି। ଗୋବିନ୍ଦ ସାହୁଙ୍କ ସହିତ ସଂପର୍କ ରଖିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଗିରଫ ଦାବି ସହ ଘଟଣାର ସିବିଆଇ ତଦନ୍ତ ଦାବିକରି ଆସୁଛନ୍ତି ବିରୋଧୀ। ସେହିଭଳି ଆଜି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ଇସ୍ତଫା, ଗିରଫ ଦାବିରେ କୋକେଇ ଶୋଭାଯାତ୍ରା କରିଛନ୍ତି ବିଜେପିର ମହିଳା ମୋର୍ଚ୍ଚା I ଏପରିକି ବିଜେପି ଶୋଭାଯାତ୍ରା ଶିଶୁ ଭବନରେ ପହଞ୍ଚି ନବୀନ ନିବାସ ଆଡ଼େ ଯିବାକୁ ଉଦ୍ୟତ ହେବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା ବିକ୍ଷୋଭକୁ ଆଖି ଆଗରେ ରଖି ଶିଶୁ ଭବନରୁ ନବୀନ ନିବାସ ମଧ୍ୟରେ ୨୨ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଥିଲେ । ଏହା ମଧ୍ୟରେ ବିଜେପି କର୍ମୀ ୨ଟି ବାରିକେଡ ଭାଙ୍ଗି ୩ୟ ବାରିକେଡ ନିକଟରେ ପହଞ୍ଚିବା ସମୟରେ ପୁଲିସ୍‌ ସହ ମୁହାଁମୁହିଁ ହୋଇଛନ୍ତି ମହିଳା ବିଜେପି କର୍ମୀ। ଏପରିକି ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଫଳରେ ଶତାଧିକ ବିଜେପି କର୍ମୀ ତୃତୀୟ ବାରିକେଡ ନିକଟରେ ଧାରଣାରେ ବସିଛନ୍ତି ।
ମନ୍ତ୍ରୀ ଦିବ୍ୟଶଙ୍କର ତଦନ୍ତରେ ଯଦି ମନ୍ତ୍ରୀଙ୍କ ନାଁ ଆସୁଛି, ତାଙ୍କୁ କାହିଁକି ଡକାଯାଉନି। ତଦନ୍ତ ପରିସରଭୁକ୍ତ କରାଯାଉନି ବୋଲି ପଚାରିଛନ୍ତି ବିଜେପି ନେତ୍ରୀ। ଅପରପକ୍ଷେ, ଯେଉଁ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ମାରି ପୋତି ଦିଆଯାଉଛି, ସେ ସ୍କୁଲର ପିଲା କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିଛନ୍ତି।
ସେହିପରି ଆଜି ବିଜେପି ଯୁବ ମୋର୍ଚ୍ଚାପକ୍ଷରୁ ଭବାନିପାଟଣାସ୍ଥିତ ଏସପି ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି। ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଓ ଘଟଣାର ଉଚିତ ତଦନ୍ତ ଦାବିରେ ବିଜେପି ଆନ୍ଦୋଳନ ତେଜିବାରେ ଲାଗିଛି । ଏଥିରେ ବିଜେପି ରାଜ୍ୟ ଯୋଗ ଦେଇଥିବା ବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ବିଜେପି କର୍ମୀ ଯୋଗଦେଇ ଆନ୍ଦୋଳନ ରେ ଭାଗ ନେଇଛନ୍ତି

ଅପରପକ୍ଷେ, ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଗାଦି ସୁରକ୍ଷିତ ରଖିବାକୁ ଋଣନୀତି କରିଥିବା ବିଜେଡି ପକ୍ଷରୁ ଆଜି ଆୟୋଜିତ ପ୍ରେସମିଟ୍‌ରେ କୁହାଯାଇଛି, ବିଜେପି ମହିଳା ମୋର୍ଚ୍ଚା କେବଳ ଶସ୍ତା ରାଜନୀତି କରୁଛି। ବିଜେପି ଯେଉଁ ଅଭିଯୋଗ ଆଣୁଛି, ତାହାର କୌଣସି ପ୍ରମାଣ ନାହିଁ । ବିଜେପି ତଥ୍ୟ ପ୍ରମାଣ ଦେଇପାରୁନି । ଅଭିଯୁକ୍ତ ଧରା ପଡି ସାରିଛି ଓ ପୀଡ଼ିତାଙ୍କୁ ନ୍ୟାୟ ମିଳିବା ପ୍ରକ୍ରିୟା ଜାରି ରହିଛି ।
ହେଲେ, ମମିତାଙ୍କୁ ନ୍ୟାୟ ମିଳିବାରେ ବିଜେପିର ମତଲବ ନାହିଁ। ସେମାନଙ୍କ ମଧ୍ୟରେ ଗୋଷ୍ଠୀବାଦ କାମ କରୁଛି। ହୀନ ରାଜନୀତି କରୁଛି ଦଳ।

Leave A Reply

Your email address will not be published.