୨୦୨୪ ରେ ସରକାର ଗଢିବ ବିଜେପି

25

୨୦୨୪ରେ ଆସିବ ବିଜେପି ସରକାର । ଏକତରଫା ଭାବେ ଜିତିବ ବିଜେପି । ନିର୍ବାଚନରେ ବିଜେପି ପାଇଁ ଚ୍ୟାଲେଞ୍ଜ ନାହିଁ । କାହା ସହ ହେବ ନାହିଁ ପ୍ରତିଯୋଗିତା । ଶାହା ଦେଲେ ବଡ ବୟାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପୁଣି ଥରେ ଭଲ ପ୍ରଦର୍ଶନ କରିବ ବିଜେପି । ଏକତରଫା ଭାବେ ସଂଖ୍ୟା ଗରିଷ୍ଠତା ହାସଲ କରି ଗଠନ କରିବ ସରକାର । ୨୦୨୪ ନିର୍ବାଚନ ପୂର୍ବରୁ ଆଜି ଏଭଳି କିଛି ଦୃଢ଼ୋକ୍ତି ବାଢିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଦେଶର ସାଧାରଣ ଜନତା ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଗକୁ ବଢୁଛନ୍ତି ।

କେନ୍ଦ୍ର ସରକାରଙ୍କ ଉଦ୍ୟମ ବଳରେ ତୃଣମୂଳ ସ୍ତରରେ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିଛି । ଭାରତ ଏବେ ପ୍ରତିଟି କ୍ଷେତ୍ରରେ ଆଗକୁ ବଢୁଛି । ଦେଶର ବିକାଶ, ଦେଶକୁ ସୁରକ୍ଷିତ ରଖିବା ଓ ଏହାର ଅର୍ଥବ୍ୟବସ୍ଥାକୁ ଦ୍ରୁତ ଅର୍ଥବ୍ୟବସ୍ଥାରେ ପରିଣତ କରିବା ଦିଗକୁ ପ୍ରାଥମିକତା ଦେଉଛନ୍ତି ମୋଦି ସରକାର । ଦେଶର ୬୦ କୋଟିରୁ ଅଧିକ ଗରିବ ଲୋକଙ୍କ ଆର୍ôଥକ ଅବସ୍ଥା ସୁଧାରିଛୁ । ରେଲୱେ ଠାରୁ ମହାକାଶ ପ୍ରତିଟି କ୍ଷେତ୍ରରେ ଅଗ୍ରଣୀ ସାଜିଛୁ । ଅମିତ ଶାହା ଆହୁରି କହିଛନ୍ତି, ୨୦୦୨ରୁ ମୋଦିଜୀଙ୍କ ବିରୋଧରେ ଷଡଯନ୍ତ୍ର ଚାଲିଛି । ହଜାର ହଜାର ଷଡଯନ୍ତ୍ର ସତ୍ତ୍ୱେ ସତ୍ୟ ପଦାକୁ ଆସୁଛି । କିନ୍ତୁ ପ୍ରତ୍ୟେକ ଥର ମୋଦିଜୀ ଅଧିକ ଶକ୍ତିଶାଳୀ ଏବଂ ଅଧିକ ଲୋକପ୍ରିୟ ଭାବେ ସାମ୍ନାକୁ ଆସୁଛନ୍ତି ।

ଆଗାମୀ ନିର୍ବାଚନଗୁଡିକରେ ବିଜେପି ଭଲ ପ୍ରଦର୍ଶନ କରିବ । କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ପ୍ରଭାବୀ ପ୍ରଦର୍ଶନ କରିବ । ତେବେ ବିରୋଧୀ ଆସନରେ କିଏ ବସିବ ତାହା ଜନତା ସ୍ଥିର କରିବେ, କାରଣ ପୂର୍ବରୁ କାହାକୁ ବିରୋଧୀ ଆସନରେ ବସାଇବାକୁ ମଧ୍ୟ ଆବଶ୍ୟକୀୟ ସିଟ୍ ଦେଇନଥିଲେ ଦେଶର ଜନତା ।

Comments are closed, but trackbacks and pingbacks are open.