କର୍ଣ୍ଣାଟକରେ ମାଟି କାମୁଡିବ ବିଜେପି!

24

ଶାସକ ବିଜେପିକୁ ମହଙ୍ଗା ପଡିବ କି ସିଟିଂ ଏମ୍‌ଏଲ୍‌ଏଙ୍କ ଟିକେଟ୍ କାଟିବା? ରାଜନୀତିରୁ ସନ୍ନ୍ୟାସ ନେଲେ ଇଶ୍ୱରପ୍ପା । ବୁମେରାଂ ହେଲାଣି ଇଶ୍ୱରପ୍ପାଙ୍କ ସନ୍ୟାସ । ଦଳ ଛାଡୁଛନ୍ତି ଜଣକ ପରେ ଜଣେ ନେତା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ୧୮୯ ସିଟ୍ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରି ସାରିଥିବାବେଳେ, ଅନେକ ନେତାଙ୍କ ଟିକେଟ୍ କାଟିଛି ଦଳ । ଏମିତି କି ୧୧ ଜଣ ସିଟିଂ ବିଧାୟକଙ୍କ ମଧ୍ୟ ଟିକେଟ୍ କଟିଛି । ହେଲେ ଏହାରି ଭିତରେ କେ.ଏସ୍ ଇଶ୍ୱରପ୍ପାଙ୍କୁ ନେଇ ବେଶୀ ଚର୍ଚ୍ଚା । ବିଜେପି ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବା ପୂର୍ବରୁ ଇଶ୍ୱରପ୍ପା ରାଜନୀତିରୁ ସନ୍ନ୍ୟାସ ଘୋଷଣା କରି ଦେଇଛନ୍ତି ।

ହେଲେ ତାଙ୍କର ଏହି ଘୋଷଣା ଏବେ କର୍ଣ୍ଣାଟକ ବିଜେପି ପାଇଁ ବୁମେରାଂ ସାବ୍ୟସ୍ତ ହେବାକୁ ବସିଲାଣି । ଇଶ୍ୱରପ୍ପାଙ୍କ ସନ୍ନ୍ୟାସ ଘୋଷଣା ପରେ ଏବେ ଏକାଧିକ ବିଜେପି ନେତା ଦଳରୁ ଇସ୍ତଫା ଦେବା ଆରମ୍ଭ କରିଦେଇଛନ୍ତି । କର୍ଣ୍ଣାଟକ ବିଜେପିରେ ଇଶ୍ୱରପ୍ପାଙ୍କ ଇସ୍ତଫାର ସାଇଡ୍ ଇଫେକ୍ଟ ଦେଖିବାକୁ ମିଳିଛି । ୧୯ ନଗର ନିଗମ ସଦସ୍ୟ, ମେୟର ଏବଂ ଡେପୁଟି ମେୟର ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଖାଲି ସେତିକି ନୁହେଁ, ଶିବମୋଗା ଜିଲ୍ଲାର ବିଜେପି ଅଧ୍ୟକ୍ଷ ମଧ୍ୟ ଇଶ୍ୱରପ୍ପାଙ୍କ ସମର୍ଥନରେ ଯାଇ ଇସ୍ତଫା ଦେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପରିବହନ ମନ୍ତ୍ରୀ ଲକ୍ଷ୍ମଣ ସାବଡୀ ପାର୍ଟି ଟିକେଟ୍ ନଦେବା ପରେ ସେ ଦଳ ଛାଡିବାକୁ ଘୋଷଣା କରିଛନ୍ତି ।

କୁହାଯାଉଛି ସେ ଖୁବଶୀଘ୍ର କଂଗ୍ରେସରେ ସାମିଲ ହୋଇପାରନ୍ତି । ଯାହା ବିଜେପି ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ସାଜିଛି । ଗତଥର କର୍ଣ୍ଣାଟକରେ କଂଗ୍ରେସ ସରକାରକୁ ପଛରେ ପକାଇ ବିଜେପି ସେଠାରେ ଶାସନ କ୍ଷମତା ଅକ୍ତିଆର କରିଥିବା ବେଳେ ଏବେ ଦଳ କେମିତି ପୁଣି କ୍ଷମତାକୁ ଫେରିବ ସେନେଇ ଚିନ୍ତାରେ ପଡିଯାଇଛି ।

Comments are closed, but trackbacks and pingbacks are open.