ଗୋଶାଳାରୁ ଦୁର୍ଗନ୍ଧ ବିବୃତ୍ତି ଉପରେ କ୍ଷୁବ୍ଧ ବିଜେପି: ଅଖିଳେଶ ଯାଦବଙ୍କୁ କଲା ଟାର୍ଗେଟ

217

ନୂଆଦିଲ୍ଲୀ: ଗୋଶାଳା ସମ୍ପର୍କରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଦେଇଥିବା ବିବୃତ୍ତି ଉପରେ ରାଜନୀତି ତୀବ୍ର ହୋଇଛି। ଗୋଶାଳାକୁ ଏକ ଦୁର୍ଗନ୍ଧଯୁକ୍ତ ସ୍ଥାନ ବୋଲି କହିଥିବାରୁ ବିଜେପି ଉତକ୍ଷିପ୍ତ ହୋଇଛି, ଯେଉଁ କାରଣରୁ ବିଜେପି ନେତାମାନେ ବର୍ତ୍ତମାନ ଅଖିଳେଶଙ୍କ ଉପରେ ଆକ୍ରମଣ ଆରମ୍ଭ କରିଛନ୍ତି। ବିଜେପି ସାଂସଦ ଦୀନେଶ ଶର୍ମା କହିଛନ୍ତି ଯେ, ଗୋଶାଳା ନିର୍ମାଣ ପାଇଁ ଲୋକମାନେ ଧନ୍ୟବାଦ ଦେଉଛନ୍ତି, ଆପଣ ଏଥିରେ କାହିଁକି ଦୁର୍ଗନ୍ଧ ଖୋଜୁଛନ୍ତି? ୟୁପିର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଏବଂ ବିଜେପି ସାଂସଦ ଦୀନେଶ ଶର୍ମା ଅଖିଳେଶଙ୍କ ଉପରେ ଆକ୍ରମଣ କରି କହିଛନ୍ତି ଯେ, “ଅତର ପାର୍କ ନିର୍ମାଣ କରିବା ସହିତ ସୁଗନ୍ଧିତ ଦୁର୍ନୀତି ମଧ୍ୟ ଘଟିଛି। ଲୋକମାନେ ଗୋଶାଳା ନିର୍ମାଣ କରିଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ୟୁପିର ପ୍ରତ୍ୟେକ ଜିଲ୍ଲାରେ ଗୋଶାଳା ନିର୍ମାଣ କରିଛନ୍ତି। ଆପଣଙ୍କ ସମୟରେ ଗୋବଂଶ ବିପଦରେ ଥିଲା। ଗୋମାତାଙ୍କୁ ଲୋକ କାଟି ଦେଉଥିଲେ, ଏହା ଯୋଗୀ ଜୀ ବନ୍ଦ କରିଦେଇଥିଲେ। ଆପଣ ଗୋଶାଳାର ଦୁର୍ଗନ୍ଧ ଏବଂ ସୁଗନ୍ଧ ଖୋଜୁଛନ୍ତି?

Comments are closed, but trackbacks and pingbacks are open.