ବିଜେପି ରାଜ୍ୟ ସଭାପତିଙ୍କ ଦିଲ୍ଲୀ ଗସ୍ତ

105

ଭୁବନେଶ୍ଵର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ୍ଲ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଯଦିବା ମନମୋହନଙ୍କ ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମ ବିଷୟରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ, ତଥାପି ଉପରାଷ୍ଟ୍ରପତି ନିର୍ବାଚନ ଏବଂ ରାଜ୍ୟ କମିଟି ଏବଂ ବୋର୍ଡ ନିଗମ ନିଯୁକ୍ତି ନେଇ ସେ ଦିଲ୍ଲୀ ଗସ୍ତ କରିଛନ୍ତି ବୋଲି କୁହାଯାଉଛି। ସୂଚନା ଅନୁଯାୟୀ, ଆସନ୍ତାକାଲି ଦିଲ୍ଲୀରେ ଏନଡିଏ ସାଂସଦମାନଙ୍କ ବୈଠକ ରହିଛି। ଏହାପୂର୍ବରୁ ଉପରାଷ୍ଟ୍ରପତି ନିର୍ବାଚନ ନେଇ ସାଂସଦମାନଙ୍କ ସହ ସେ ଆଲୋଚନା କରିପାରନ୍ତି। ଏହାସହିତ ରାଜ୍ୟ କମିଟି ଏବଂ ବୋର୍ଡ ନିଗମ ନିଯୁକ୍ତି ନେଇ ମଧ୍ୟ ଆଲୋଚନା କରିପାରନ୍ତି।

Comments are closed, but trackbacks and pingbacks are open.