ଆମ ଓଡ଼ିଶା 50 ପ୍ରତିଶତ ପିସି ଓଡ଼ିଶା ବୋଲି କହିଲା ବିଜେପି 

42

ଭୁବନେଶ୍ୱର:  ରାଜ୍ୟ ସରକାରଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବର୍ଷିଲା ବିଜେପି । ବିଜେପି ପୂର୍ବତନ ରାଜ୍ୟସଭାପତି ସମୀର ମହାନ୍ତିଙ୍କ ଅଭିଯୋଗ,  ନୂଆ ଓଡ଼ିଶା ନବୀନ ଓଡ଼ିଶା ସରକାରଙ୍କ ନୂଆ ନାଟକ।  ଆମ ଓଡ଼ିଶା 50 ପ୍ରତିଶତ ପିସି ଓଡ଼ିଶା ବୋଲି କହିଲା ବିଜେପି ।  ଆମ ଗାଁ ଆମ ବିକାଶ ଯୋଜନାର ନୂଆ ଭର୍ସନ ହେଲା ଆମ ଓଡ଼ିଶା ନବୀନ ଓଡ଼ିଶା ।  

ଆମ ଗାଁ ଆମ ବିକାଶ ଯୋଜନାରେ ଘୋଷଣା ହୋଇଥିବା 90 ପ୍ରତିଶତ ପ୍ରକଳ୍ପ ହୋଇନି । କିନ୍ତୁ ପୁଣି ଏହି ନୂଆ ଯୋଜନାକୁ ନେଇ ପ୍ରଶ୍ନ କରିଛି ବିଜେପି । ରତ୍ନଭଣ୍ଡାର ଏବଂ ହାଇକୋର୍ଟ ନୋଟିସ ପ୍ରସଙ୍ଗରୁ ନଜର ହଟାଇବା ପାଇଁ  ଜଗନ୍ନାଥ ସଂସ୍କୃତିକୁ ଆଳ କରି ଓଡ଼ିଶା ଲୋକଙ୍କୁ ବୋକା ବନାଇବା ପାଇଁ ଯୋଜନା କରି ନାହାନ୍ତି ତ ? ବିନା ଟେଣ୍ଡରରେ କାର୍ଯ୍ୟାଦେଶ ଦେଇ ଦୁର୍ନୀତି କରିବା ଏ ଯୋଜନାର ଲକ୍ଷ୍ୟ ନୁହେଁ ତ ? 23 ବର୍ଷ ଭିତରେ ଶାସନର ଗୋଲାପି ଚିତ୍ର ଦେଖାଇଛନ୍ତି । ତଥ୍ୟ, ପରିସଂଖ୍ୟାନ ଓ ଯୋଜନାକୁ ସଂଶୋଧିତ କରି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା କରାଯାଇଛି ବୋଲି ଅଭିଯୋଗ କରିଛି ବିଜେପି ।

Comments are closed, but trackbacks and pingbacks are open.