ବି.ଜେ.ପି. ମନରେଗା ପ୍ରେସ ମିଟ

24

ଭୁବନେଶ୍ୱର: ମନରେଗା ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ଟାର୍ଗେଟ କରିଛି । ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଅର୍ଥ ବାଟବଣା ହେଉଛି । ବିଗତ ୭ ବର୍ଷରେ କେନ୍ଦ୍ର ଦେଇଛି ୧୬ ହଜାର କୋଟି ଟଙ୍କା । କିନ୍ତୁ ଅର୍ଥର ସଠିକ ବିନିଯୋଗ କରିବାରେ ବିଫଳ ହେଇଛନ୍ତି ଓଡିଶା ସରକାର ।
ଏହା ବିରୋଧରେ ରାଜ୍ୟର ୩୧୪ ବ୍ଲକ ଓ ୬ ହଜାର ପଞ୍ଚାୟତ ରେ ବିଜେପି ପ୍ରତିବାଦ କରିବ,ତା ସହିତ ପ୍ରମାଣ ସହ ରାଜ୍ୟପାଳ ଓ କେନ୍ଦ୍ର ପଞ୍ଚାୟତରାଜମନ୍ତ୍ରୀଙ୍କୁ ମଧ୍ୟ ଭେଟିବ । ଦରକାର ପଡିଲେ ବି.ଜେ.ପି. ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ହାଇକୋର୍ଟକୁ ଯିବ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ପ୍ରେସ ମିଟ କରି ଏହି ବିଷୟ ରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.