ନଦୀ ସୁରକ୍ଷା କୁ ପ୍ରାଥମିକତା ଦେବା ପାଇଁ ବିଜେପି ର ସାମ୍ବାଦିକ ସମ୍ମିଳନୀ

23

ବିଜେପି ନଦୀ ସୁରକ୍ଷା ସମିତି (ନମାମୀ ଗଙ୍ଗେ)ର ଆଜି ପ୍ରଥମ ରାଜ୍ୟକର୍ମକର୍ତା ମାନଙ୍କର ବୈଠକ ଭୂବନେଶ୍ୱରସ୍ଥିତ ବିଜେପି ରାଜ୍ୟକାର୍ଯ୍ୟାଳୟ ଠାରେ ରାଜ୍ୟସଭାପତି ଶ୍ରୀ ମହେଶ୍ୱର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ବୈଠକକୁ ଉଦ୍‌ଘାଟନ କରିଥିଲେ । ଆଗାମୀ ସେପ୍ଟେମ୍ବର ୧୭ ତାରିଖ ଦିନ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ୭୧ତମ ଜନ୍ମ ଦିବସ ସାରା ରାଜ୍ୟରେ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ଓଡିଶାରେ ଯେତେ ପବିତ୍ର ନଦୀ ଅଛି ସେ ନଦୀକୁ ଆମେ ସଂସ୍କାର କରିବା ସହିତ ନଦୀ ସୁରକ୍ଷା ସମିତି (ନମାମୀ ଗଙ୍ଗେ) ତରଫରୁ ସେପ୍ଟେମ୍ବର ୧୭ ତାରିଖ ଠାରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୨୨ ଦିନ ଧରି ୭୧ଟି ଜାଗାରେ ନଦୀ ଗୁଡିକୁ ସଫାସୁତୁରା କରାଯିବ ଏବଂ ନଦୀର ଆଳତୀ ଓ ବନ୍ଦନା କରାଯିବା ପାଇଁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆହ୍ୱାନ ଦେଇଥିଲେ ।

ଭୁବନେଶ୍ୱରର ବିନ୍ଦୁସାଗର ଓ ପୁରୀରେ ନରେନ୍ଦ୍ର ପୁଷ୍କରିଣୀରେ ମଧ୍ୟ ବିଶେଷ ଆଳତୀ କରି ନରେନ୍ଦ୍ର ମୋଦିଜୀଙ୍କ ଉଦ୍ଦେଶ୍ୟରେ ନମାମୀ ଗଙ୍ଗେ ସମିତି ତରଫରୁ ବନ୍ଦାପନା ହେବ । ଏହି ବୈଠକରେ ଓଡିଶାର ଯେଉଁ ବ୍ୟାପକ ଭାବରେ ନଦୀକୁ ପ୍ରଦୂଷିତ କରାଯାଉଛି, କଳକାରଖାନାର ବର୍ଜ୍ୟବସ୍ତୁ ପାଣି ଦ୍ୱାରା ନଦୀ ପାଣି ପ୍ରଦୂଷିତ ହେଉଛି ତାହାର ପ୍ରତିବାଦରେ ନମାମୀ ଗଙ୍ଗେ ସମିତି କାର୍ଯ୍ୟ କରିବବୋଲି ଶ୍ରୀ ମହାନ୍ତି ମତବ୍ୟକ୍ତ କରିଛନ୍ତି । ନଦୀ ତଟ ଗୁଡିକୁ ବାଲି ମାଫିଆ ମାନଙ୍କ ଦାଉରୁ ରକ୍ଷା କରାଯିବ I କମ୍ପାନୀ ଗୁଡିକ ନଦୀ ଜଳ କୁ ଦୁରୂପଯୋଗ କରୁଛନ୍ତିଏହା ଉପରେ ଜନ ଆନ୍ଦୋଳନ କରାଯିବ I
ଏହି ବୈଠକରେ ରାଜ୍ୟ ସଂଗଠନ ମହାମନ୍ତ୍ରୀ ଶ୍ରୀ ମାନସ କୁମାର ମହାନ୍ତି, ବରିଷ୍ଠ ନେତା ତଥା ବୁଦ୍ଧିଜୀବୀ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ସଜ୍ଜନ ଶର୍ମା ଓ ଓଡିଶାର ବିଶିଷ୍ଟ ଗବେଷକ ଅନୀଲ ଧୀର୍ ନିଜସ୍ୱ ମତବ୍ୟକ୍ତ ଜରିଆରେ ନଦୀକୁ ସୁରକ୍ଷା ଦେବାପାଇଁ ଅନେକ ସାରଗର୍ଭକ ବକ୍ତବ୍ୟ ସଭାରେ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମୀର ପାତ୍ର, ଅଶୋକ ରଥ, ହରିହର ବେହେରା, ବିକ୍ରମ କେଶରୀ ରାଉତରାୟ, ଶୁଭ୍ରାଂଶୁ ମୋହନ ପାଢୀ, ପୃଥିରାଜ କୁଅଁର, ସତ୍ୟବ୍ରତ ନାଏକ, ରଞ୍ଜନ କୁମାର ପଲେଇ, ଗଦାଧର ସ୍ୱାଇଁ, ଶ୍ରୀନିବାସ ପ୍ରଧାନ, ସଞ୍ଜୀବ ରଣା, କେଶରୀ ଦୁର୍ଗା, ପ୍ରଭାକର ସ୍ୱାଇଁ, ପ୍ରତାପ କୁମାର ରାଉତରାୟ, ପ୍ରଦୀପ କୁମାର ପଟ୍ଟନାୟକ, ମନୋଜ ବେହେରା, ତପନ ବେହେରା, ଜଗନ୍ନାଥ ଗଡନାୟକ, ନନ୍ଦିନୀ ଶତପଥୀ, ପୂର୍ଣ୍ଣିମା ଦାସ, ବିରଜା ମିଶ୍ର, ଅଜୟ କୁମାର ସାହୁ, ଗୋଲକ ଜେନା, ଅଜୟ ପ୍ରଧାନ, ଶଙ୍କର୍ଷଣ ଜେନା ଓ ସମସ୍ତ ଜିଲ୍ଲାର ଜିଲ୍ଲା ସଂଯୋଜକ ଏବଂ ସହ ସଂଯୋଜକ ଆଦି ଉପସ୍ଥିତ ଥିଲେ ।

Leave A Reply

Your email address will not be published.