ସଂସଦରେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଆହତ: ରାହୁଲ ଗାନ୍ଧୀ ଧକ୍କା ମାରିଥିବା ଅଭିଯୋଗ

21

ଭୁବନେଶ୍ୱର: ସଂସଦର ସିଢ଼ିରୁ ପଡ଼ିଯାଇଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ । ଗୃହରେ ଥିବାବେଳେ ସିଢ଼ିରୁ ପଡ଼ିଯାଇଛନ୍ତି ପ୍ରତାପ ଷଡ଼ଙ୍ଗୀ । ରାହୁଲ ଗାନ୍ଧୀ ଠେଲି ଦେବାରୁ ସେ ପଡ଼ିଯାଇଥିବା ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।  ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଠେଲିଦେଇଥିଲେ । ମୁଁ ଛିଡ଼ା ହୋଇଥିଲି । ଆଉ ସମ୍ପୃକ୍ତ ସାଂସଦ ମୋ ଉପରେ ପଡ଼ିଗଲେ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।ତେବେ ତଳେ ପଡ଼ିଯିବାରୁ ଶ୍ରୀ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତୁରନ୍ତ ତାଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି ।   ଗୁରୁବାର ସଂସଦ ଭିତରେ ପ୍ରତାପ ଶିଡ଼ିରେ ଯାଉଥିବାବେଳେ ହଠାତ ତଳେ ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ବାହାରକୁ ଅଣାଯାଇଥିଲା। ପ୍ରତାପଙ୍କ ମୁଣ୍ଡ ଫାଟିଯାଇଥିବାବେଳେ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଥିଲା। ତେବେ ବାହାରକୁ ଆସିବା ପରେ କିପରି ପଡ଼ିଲେ ବୋଲି ପ୍ରତାପଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ। ପ୍ରତାପ କହିଥିଲେ ଯେ ରାହୁଲ ଗାନ୍ଧୀ ତାଙ୍କୁ ଠେଲିଦେଲେ ।

Comments are closed, but trackbacks and pingbacks are open.