ଭୁବନେଶ୍ୱର: ବିଜେପି ମୋର୍ଚ୍ଚା ସଭାପତି, ଜିଲ୍ଲା ପ୍ରଭାରୀ ଏବଂ ଅନ୍ୟାନ୍ୟ ପଦପଦବୀ ପାଇଁ ନାଁ ଘୋଷଣା କଲା । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଆଜି ତାଲିକା ପ୍ରକାଶ ପାଇଛି । ନୟାଗଡ଼ ଜିଲ୍ଲାର ଅଭିଳାଷ ପଣ୍ଡା ପୁଣି ଥରେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ହୋଇଛନ୍ତି । ସେହିପରି ଡାକ୍ତର ଐଶ୍ୱର୍ଯ୍ୟା ବିଶ୍ୱାଳ ମହିଳା ମୋର୍ଚ୍ଚାର ସଭାନେତ୍ରୀ ହୋଇଛନ୍ତି । ସେହିପରି ଶୁଭ୍ରାଂଶୁ ମୋହନ ପାଢ଼ୀ କୃଷକ ମୋର୍ଚ୍ଚା ସଭାପତି, କନ୍ଦ୍ରେରା ସୋରେନ୍ ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି, ବାଇଧର ମଲ୍ଲିକ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି, ପ୍ରଦ୍ୟୁମ୍ନ ନାୟକ ଓବିସି ମୋର୍ଚ୍ଚା ସଭାପତି ଏବଂ ଗୁରିନ୍ଦର ସିଂହ ଅଳ୍ପସଂଖ୍ୟକ ମୋର୍ଚ୍ଚାର ସଭାପତି ହୋଇଛନ୍ତି । ସୁନ୍ଦରଗଡ଼ର ରଞ୍ଜନ କୁମାର ପଟେଲ୍, ରାଜ୍ୟ ସଭା ସାଂସଦ ସୁଜିତ କୁମାର ଏବଂ ଖୋର୍ଦ୍ଧାର ସୁଦିପ୍ତ କୁମାର ରାଏ ସେଲ୍ ଇନଚାର୍ଜ ହୋଇଛନ୍ତି । ଦେବେନ୍ଦ୍ର ନନ୍ଦ କାର୍ଯ୍ୟାଳୟ ସମ୍ପାଦକ ହୋଇଥିବାବେଳେ ଜ୍ୟୋତି ରଞ୍ଜନ ନାଏକଙ୍କୁ ଆଇଟି ଦାୟିତ୍ୱ ମିଳିଛି । ସେହିପରି ୩୭ ଜଣଙ୍କୁ ଜିଲ୍ଲା ପ୍ରଭାରୀ ଦାୟିତ୍ୱ ଦିଆଯାଇଛି ।
Comments are closed, but trackbacks and pingbacks are open.