ବିଜେପି ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଚିଠି ଦେଲେ

24

ବିଧାନସଭା ଆରମ୍ଭ ହେବାର ଆଜି ୫ ମ ଦିନରେ ଗୃହରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଥିଲା । ଉଭୟ ବିରୋଧୀ ଓ ଶାସକ ଦଳ ପକ୍ଷରୁ ହୋହଲ୍ଲା କରାଯାଇଛି । ବାଚସ୍ପତି ଗୃହକୁ ଆସିବା ପୂର୍ବରୁ କଂଗ୍ରେସ ବିଧାୟକମାନେ ପୋଡିୟମ୍ ଚେୟାରକୁ ଘେରି ରହିଥିଲେ ସେହିପରି ବିଜେପି ବିଧାୟକମାନେ ମମିତା ମେହେର ପ୍ରସଙ୍ଗରେ ପ୍ଲାକାର୍ଡ ଧରି ହଙ୍ଗାମା କରିଥିଲେ I ତେଣୁ ବାଚସ୍ପତି ସୂର୍ଯ୍ୟନାରାୟଣ ପIତ୍ର ଗୃହ କୁ ୪ ତା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ I ଗୃହ ମୁଲତବୀ ହେବାପରେ ବିଜେପି ବିଧାୟକମାନେ ଶୋଭାଯାତ୍ରାରେ ଯାଇ ପିଏମଜିରେ ଥିବା ପୋଷ୍ଟ ଅଫିସରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ପଠାଇଛନ୍ତି । ମୁଖ୍ୟମନ୍ତ୍ରୀ ଚିଠିର ଉତର ରଖିବେ ବୋଲି ଆଶା ରଖିଥିବା କହିଛନ୍ତି ବିଜେପି ବିଧାୟକ ।
ମୁଖ୍ୟମନ୍ତ୍ରୀ କୋଭିଡ ର ଆଳ ଦେଖାଇ ଗୃହ କୁ ଆସୁ ନ ଥିବା ର ଅଭିଯୋଗ ଆଣିଥିଲେ ବିରୋଧୀ ଦଳ I ବିଜେପି ବିଧାୟକ ବିଷ୍ଣୁ ସେଠି ଙ୍କ କହିବା ଅନୁସାରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଅନ୍ୟ ସମସ୍ତ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଉପସ୍ଥିତ ରହୁଥିବା ବେଳେ ଗୃହ କାର୍ଯ୍ୟରେ ଯୋଗ ଦେଉ ନ ଥିବାରୁ ବିଷ୍ଣୁ ସେଠିଙ୍କ ସହିତ ବିଜେପି ର ଅନ୍ୟ ବିଧାୟକ ମାନେ ଯାଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଚିଠି ପଠାଇଛନ୍ତି I

Leave A Reply

Your email address will not be published.