ଗୁଳିମାଡ଼ରେ ବିଜେପି ନେତା ମୃତ

1,741

ଭୁବନେଶ୍ବର: ବ୍ରହ୍ମପୁରରେ ଚାଞ୍ଚଲ୍ୟ। ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳିମାଡ଼। ଦୁର୍ବୃତ୍ତମାନେ ଏକ ବାଇକରେ ଆସି ଗୁଳିମାଡ଼ କରିଥିଲେ। ଘର ନିକଟ ବୈକୁଣ୍ଠନଗର ମୁଖ୍ୟଗଳିରେ ୨ଜଣ ଦୁର୍ବୃତ୍ତ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କରିଥିଲେ। ଗୁରୁତର ଅବସ୍ଥାରେ ଶ୍ରୀ ପଣ୍ଡାଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଥିବାବେଳେ ପୁଲିସ ଘଟଣାର ତଦନ୍ତ କରୁଛି। ସୂଚନାଯୋଗ୍ୟ, ପୀତବାସ ବିଜେପି ଦଳର ସକ୍ରିୟ ସଦସ୍ୟ ଥିଲେ। ପୂର୍ବ ସରକାରର ବିଭିନ୍ନ ଦୁର୍ନୀତି ନେଇ ସେ ଖୁଲାସା କରୁଥିଲେ। ତେବେ କିଏ ଓ କାହିଁକି ତାଙ୍କ ଉପରେ ଆକ୍ରମଣ କଲେ ଜଣାପଡ଼ିନି। ବ୍ରହ୍ମପୁର ଏସ୍‌ପି ଶରବଣା ବିବେକ ଏମ୍‌ ଓ ବୈଦ୍ୟନାଥପୁର ଥାନାଧିକାରୀ ସୁଚିତ୍ରା ପରିଡ଼ା ଉଭୟ ଛୁଟିରେ ଥିବା ବେଳେ ଏହି ଘଟଣା ଘଟିଛି। ପୂର୍ବରୁ କଂଗ୍ରେସର ପ୍ରବକ୍ତା ଭାବେ କରୁଥିବା ବିଜେପିର ବହୁ ପଦ ପଦବିରେ ଥିଲେ। ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ସମେତ ବିଜେପି ର ବହୁ କର୍ମକର୍ତ୍ତା ଘାଟଣା ସ୍ଥଳରେ ପହଂଚିଛନ୍ତି।  

Comments are closed, but trackbacks and pingbacks are open.