ବିଜେପି ନେତା ତଥା ସାହିତ୍ୟିକ ଶଙ୍କର ପରିଡାଙ୍କ ପରଲୋକ

231

ଭୁବନେଶ୍ବର: ବିଜେପିର ବରିଷ୍ଠ ନେତା ତଥା ସାହିତ୍ୟିକ ଶଙ୍କର ପରିଡାଙ୍କ ଆଜି ପରଲୋକ ଘଟିଛି। ସେ ଫୁସଫୁସ କର୍କଟ ରୋଗରେ ପିଡିତ ହୋଇ ଭୁବନେଶ୍ବର ଏମ୍ସ ରେ ଚିକିତ୍ସିତ ହେଉଥିଲେ। ହେଲେ ତାଙ୍କର ରୋଗ ଚତୁର୍ଥ ପର୍ଯ୍ୟାୟକୁ ଆସିଯାଇଥିବାରୁ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରି ନ ଥିଲା। ପୂର୍ବରୁ ସେ ଏହି ରୋଗର ଚିକିତ୍ସା ପାଇଁ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରୁ ଭଲ ହୋଇ ଫେରିଥିଲେ ମଧ୍ୟ ଏହି ରୋଗ ପୁଣି ବାହାରିଥିଲା। ଫଳରେ ସେ ପ୍ରଥମେ ଭୁବନେଶ୍ବରର କ୍ୟାପିଟାଲ ହସପିଟାଲ ଏବଂ ପରେ ଏମ୍ସରେ ଭର୍ତ୍ତି ହୋଇଥିଲେ। ଶଙ୍କର ପରିଡା ଯୁବ ସାହିତ୍ୟିକ ତଥା ସାମ୍ବାଦିକ ମହଲରେ ବେଶ ପରିଚିତ ବ୍ୟକ୍ତିତ୍ବ। ସେ ବିଜେପି ରାଜନୀତିରେ ଥିଲେ ସତ ହେଲେ ସେ ଜଣେ ସାହିତ୍ୟିକ ତଥା ସଂଗଠକ ଭାବେ ତାଙ୍କୁ ଭୁବନେଶ୍ବରର ସମସ୍ତେ ଅବଗତ। ପୁରୀ ମୁନିସିପାଲଟିର ଅଧ୍ୟକ୍ଷ ହୋଇଥିଲେ। ଏହାପରେ ତାଙ୍କୁ ବିଜେପି 2009 ମସିହାରେ ନିମାପଡାରୁ ଟିକେଟ ଦେଇଥିଲା। ସେତେବେଳେ ପ୍ରଭାତୀ ପରିଡା ସେଠାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ଲଢେଇ କରିଥିଲେ। ତେବେ ବିଜେଡି ପ୍ରାର୍ଥୀ ସମୀର ରଂଜନ ଦାସ ବିଜୟ ଲାଭ କରିଥିଲେ। ନିକଟରେ ତାଙ୍କର କବିତା ପୁସ୍ତକ ଚିତ୍ରାକ୍ଷର ପ୍ରକାଶ ପାଇଥିଲା।

Comments are closed, but trackbacks and pingbacks are open.