ଆପ ବିଧାୟକଙ୍କୁ ତାଙ୍କ ଲୋଭ ଦେଖାଉଛି ବିଜେପି : କେଜ୍ରିୱାଲ

301

ନୂଆଦିଲ୍ଲୀ: ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ ରେ ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀ ର ଆମ ଆପ୍ ର ୭ ଜଣ ବିଧାୟକଙ୍କ ସହ ଯୋଗାଯୋଗ କରାଯାଇଛି ଏବଂ ସେମାନଙ୍କୁ କୋଟି ଏ ଟଙ୍କା ସହ ବିଜେପି ଟିକେଟ ପ୍ରଦାନ କରିଛି । ବିଜେପି ଆପ୍ ସରକାରକୁ ହଟାଇବାକୁ ଷଡଯନ୍ତ୍ର କରୁଛି । କେଜ୍ରିୱାଲ ଆହୁରି କହିଛନ୍ତି ଯେ, ଏହା ପରେ ବିଜେପି ଆମ ବିଧାୟକଙ୍କୁ ଅଲଗା କରିବ । ଏନେଇ ଆପ୍ ର ୨୧ ଜଣ ବିଧାୟକଙ୍କ ସହ ସେ ଆଲୋଚନା କରିସାରିଛି, ଅନ୍ୟ ବିଧାୟକମାନଙ୍କ ସହ ମଧ୍ୟ କଥା ହେଉଛି । ଏହା ପରେ ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାରକୁ ହଟାଇଦେବ । ଆପଣ ମଧ୍ୟ ଆସିଯାଆନ୍ତୁ । ୨୫ କୋଟି ଟଙ୍କା ଦେବୁ ବିଜେପି ଟିକେଟରେ ନିର୍ବାଚନରେ ​​ଲଢିବେ ବୋଲି ବିଜେପି କହିଥିବା କହିଛନ୍ତି କେଜ୍ରିଓ୍ବାଲ ।

କେଜ୍ରିୱାଲ କହିଛନ୍ତି, ‘ଏହାର ଅର୍ଥ ହେଉଛି ଯେ କୌଣସି ମଦ ଦୁର୍ନୀତିର ଯାଞ୍ଚ ପାଇଁ ମୋତେ ଗିରଫ କରାଯାଉ ନାହିଁ, କିନ୍ତୁ ବିଜେପି ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାରକୁ ହଟାଇବାକୁ ଷଡଯନ୍ତ୍ର କରୁଛି । ଗତ ନଅ ବର୍ଷ ମଧ୍ୟରେ ସେମାନେ ଆମ ସରକାରକୁ ହଟାଇବା ପାଇଁ ଅନେକ ଷଡଯନ୍ତ୍ର କରିଥିଲେ । କିନ୍ତୁ ସେମାନେ ଏଥିରେ ବିଫଳ ହୋଇଥିଲେ । ଇଶ୍ବର ଏବଂ ଲୋକମାନେ ସର୍ବଦା ଆମର ସପକ୍ଷରେ ଅଛନ୍ତି । ଆମର ସମସ୍ତ ବିଧାୟକ ମଧ୍ୟ ଦୃଢ ଭାବରେ ଏକାଠି ଅଛନ୍ତି । ଏଥର ମଧ୍ୟ ଏହି ଲୋକମାନେ ସେମାନଙ୍କର ଷଡଯନ୍ତ୍ର ରେ ବିଫଳ ହେବେ’।

ଅନ୍ୟପଟେ କେଜ୍ରିୱାଲ ଙ୍କୁ ଆରୋପ ଉପରେ ଜବାବ ରଖିଛି ବିଜେପି, ବିଜେପି ନେତା କପିଲ ମିଶ୍ର କହିଛନ୍ତି, ‘କେଜ୍ରିୱାଲ ପୁନର୍ବାର ସେହି ସମାନ ମିଛ କହୁଛନ୍ତି ଯାହା ସେ ପୂର୍ବରୁ ୭ ଥର କହିଛନ୍ତି । ସେ ଏହା ପୂର୍ବରୁ ମଧ୍ୟ କହିଛନ୍ତି ଯେ ଆମର ବିଧାୟକଙ୍କ ସହ ଯୋଗାଯୋଗ କରାଯାଇଥିଲା । ଆମ ସରକାରକୁ ହଟାଇବାକୁ ଚେଷ୍ଟା କରାଯାଉଛି । କେଜ୍ରିୱାଲ ଅଭିଯୋଗ ବାରମ୍ବାର କରିଆସୁଛନ୍ତି, କିନ୍ତୁ କେଉଁ ନମ୍ବରରୁ ତାଙ୍କୁ ଫୋନ୍ କଲ୍ ଆସିଛି ତାହା ସେ କହିପାରିଲେ ନାହିଁ । କିଏ ଯୋଗାଯୋଗ କଲା ଏବଂ ସଭା କେଉଁଠାରେ ହୋଇଥିଲା? କେହି ଘରକୁ ଆସିଛନ୍ତି କି? କୌଣସି ଇମେଲ୍ ପାଇଛନ୍ତି କି? କିଛି ତ ପ୍ରମାଣ ଥିବ ନା?’
କପିଲ କହିଛନ୍ତି, ‘କେଜ୍ରିୱାଲ କିଛି କହିବାକୁ ଅସମର୍ଥ । ସେ କେବଳ ଏକ ବିବୃତ୍ତି ଦେଇ କେଉଁଆଡେ ପୁଣି ଲୁଚିଯାନ୍ତି । ଦିଲ୍ଲୀର ଲୋକମାନେ ଏଭଳି ଧଳା ମିଛକୁ ବାରମ୍ବାର ଦେଖିଛନ୍ତି । କେଜ୍ରିୱାଲ ଚୋରି କରିଛନ୍ତି । ତାଙ୍କ ସହିତ ଥିବା ଲୋକମାନେ ଜେଲରେ ଅଛନ୍ତି । ଇଡି ତାଙ୍କୁ ଡାକିବା ସତ୍ତ୍ବେ କେଜ୍ରିୱାଲ ଯାଉନାହାନ୍ତି । କେଜ୍ରିୱାଲ ଜାଣନ୍ତି ଯେ ଇଡିଙ୍କ ପ୍ରଶ୍ନର କୌଣସି ଉତ୍ତର ତାଙ୍କ ପାଖରେ ନାହିଁ । ଏହା ସିଏମ ଭାବରେ କେଜ୍ରିୱାଲଙ୍କ ଶେଷ ଦିନ’ ।

Comments are closed, but trackbacks and pingbacks are open.