ରାହୁଲଙ୍କୁ ହିରୋ ବନାଉଛି ଭାଜପା !

21

ମମତା ଆଣିଲେ ସଙ୍ଗୀନ ଅଭିଯୋଗ । ରାହୁଲଙ୍କୁ ହିରୋ ବନାଉବାକୁ ଚେଷ୍ଟା କରୁଛି ଭାଜପା । କଂଗ୍ରେସ ସହିତ ବୁଝାବଣା କରିବାକୁ ମନା କରିଦେଲେ ମମତା । ସରଗରମ ହେଉଛି ରାଜନିତୀ । ୨୪ ନିର୍ବାଚନକୁ ଆଉ କମ୍ ସମୟ ବାକି । ଏହାକୁ ନେଇ ସବୁ ଦଳ ଆରମ୍ଭ କରିଦେଇଛନ୍ତି ନିର୍ବାଚନ ପ୍ରସ୍ତୁତି । ରାଜନୈତିକ ଦଳମାନଙ୍କ ଭିତରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟରୋପର ରାଜନୀତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏହାରି ଭିତରେ ଆଣିଛନ୍ତି ଏକ ସଙ୍ଗୀନ ଅଭିଯୋଗ । ମମତା କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହିରୋ ବନେଇବାକୁ ଚେଷ୍ଟା କରୁଛି ।

ତେବେ ମମତାଙ୍କ କହିବା କଥା, ରାହୁଲ ଗାନ୍ଧୀ ବ୍ରିଟେନରେ ଦେଇଥିବା ଟିପ୍ପଣୀକୁ ନେଇ ବିଜେପି ସଂସଦର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି । ରାହୁଲ ଗାନ୍ଧୀଙ୍କୁ ହିରୋ ସଜେଇ, ଅସଲି ମୁଦ୍ଦା ଉପରୁ ଧ୍ୟାନ ହଟାଉଛି ବିଜେପି । ତେବେ ବିଜେପି ସହିତ କଂଗ୍ରେସର ଲଢେଇ ଶେଷ ହୋଇସାରିଛି । ପଶ୍ଚିମବଙ୍ଗରେ ବିଜେପି ଓ କଂଗ୍ରେସ ଭିତରେ ମୌନ ସହମତି ଅଛି ବୋଲି ମମତା ଅଭିଯୋଗ କରିଛନ୍ତି । ତୃଣମୂଳ କଂଗ୍ରେସ ପୂର୍ବରୁ ହିଁ ସ୍ପଷ୍ଟ କରିଦେଇଛି ଯେ କଂଗ୍ରେସ ସହ ତାଙ୍କର କୌଣସି ପ୍ରକାର ରାଜନୈତିକ ବୁଝାମଣା ହେବନାହିଁ । ନିକଟରେ ବସିଥିବା ଟିଏମସି ବୈଠକରେ ଏନେଇ ମମତା ନିର୍ଣ୍ଣୟ ନେଇଛନ୍ତି ।

ତୃଣମୂଳ କଂଗ୍ରେସର ନେତା ସୁଦୀପ ବନ୍ଦୋପାଧ୍ୟାୟ କହିଛନ୍ତି ଯେ, ଭାଜପା ବିରୋଧରେ ସଠିକ୍ ବିରୋଧୀ ପାଇଁ କଂଗ୍ରେସର ଭୂମିକା ଠିକ୍ ନୁହେଁ । ତେବେ ଆଗକୁ ଦେଖିବାକୁ ବାକି ରହିଲା ମମତାଙ୍କ ଅଭିଯୋଗର କଣ ପ୍ରତିକ୍ରିୟା ଦେଉଛି ଭାଜପା ।

Comments are closed, but trackbacks and pingbacks are open.