କଣ୍ଣାଟକରେ ବିଜେପି – କଂଗ୍ରେସ ମୁହାଁମୁହିଁ

25

ସରଗରମ ହେଉଛି କର୍ଣ୍ଣାଟକ ରାଜନୀତି । କର୍ଣ୍ଣାଟକରେ ନୂଆ ଷ୍ଟ୍ରାଟେଜି ଲଢିବ ବିଜେପି । ଏହି କ୍ରମରେ କଂଗ୍ରେସ ନେତାମାନେ ପ୍ରତିବାଦ ଅଭିଯାନ କରୁଥିବାର ଦେଖିବାକୁ ମିଳୁଛି । ରାସ୍ତା ଠାରୁ ନେଇ ବିଧାନସଭା ପର୍ଯ୍ୟନ୍ତ କଂଗ୍ରେସ ନେତାମାନେ କାନରେ ଫୁଲ ରଖି ବିଜେପି ସରକାର ବିରୋଧରେ ପ୍ରତିବାଦ କରୁଥିବାର ଦେଖିବାକୁ ମିଳୁଛି । କଂଗ୍ରେସର ଜଣେ ନେତା କହିଛନ୍ତି କି କାନରେ ଫୁଲ ରଖିବା ଅର୍ଥ ହେଉଛି ଜନତାଙ୍କୁ ବୋକା ବନାଇବାର ଏକ ପ୍ରମାଣ । କେବଳ ସେତିକି ନୁହେଁ ବେଙ୍ଗାଲୋର ଠାରୁ ଦକ୍ଷିଣ କନ୍ନଡ ଜିଲ୍ଲା ପର୍ଯ୍ୟନ୍ତ ବିଜେପି ପୋଷ୍ଟରରେ ଫୁଲ ଲଗାଇ ବିଜେପି ବିରୋଧରେ ପୋଷ୍ଟର ଯୁଦ୍ଧ ଆରମ୍ଭ କରିଦେଇଛି ।

କେବଳ ସେତିକି ନୁହେଁ ବିଜେପି ସରକାର ବିରୋଧରେ ବିଧାନସଭା ଭିତରେ କଂଗ୍ରେସ ବିଧାୟକମାନେ କାନରେ ଫୁଲ ରଖି ପ୍ରତିବାଦ କରୁଥିବାର ଦେଖିବାକୁ ମିଳିଛି । କଂଗ୍ରେସ ବିଧାୟକମାନଙ୍କ କହିବା କଥା କି ଗତ ନିର୍ବାଚନ ବେଳେ ରାଜ୍ୟବାସୀଙ୍କୁ ବିଜେପି ତରଫରୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୁରଣ କରିବାରେ ସକ୍ଷମ ହୋଇନାହିଁ । ଏହି କାରଣରୁ କାନରେ ଫୁଲ ରଖି ଲୋକଙ୍କୁ ସଚେତନ କରାଯାଉଛି । ସେପଟେ କଂଗ୍ରେସ ବିରୋଧରେ ପ୍ରଚାର କରିବାରେ ବି ପଛରେ ପଡିନାହିଁ ବିଜେପି । କାନରେ ଫୁଲ ରଖି କଂଗ୍ରେସର ପ୍ରତିବାଦ ଉପରେ ନୂଆ ପ୍ରତିବାଦ ଆରମ୍ଭ କରିଛି ବିଜେପି ।

ଦଳ ତରଫରୁ ତୁରନ୍ତ ଉତର ଦିଅ ଅଭିଯାନ ଆରମ୍ଭ କରିଛି । ଏହି ପ୍ରତିବାଦ ମାଧ୍ୟମରେ ବିଜେପି କଂଗ୍ରେସକୁ ଏକ ଦୁର୍ନୀତିଗ୍ରସ୍ତ ପାର୍ଟି ବୋଲି ପ୍ରମାଣ କରିବାକୁ ଚାହିଁଛି ।

Comments are closed, but trackbacks and pingbacks are open.