ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ପ୍ରାର୍ଥୀଙ୍କ ନାମ

199

ଭୁବନେଶ୍ବର: ବିଜେଡି ପରେ ଆଜି ବିଜେପି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେମାନେ ହେଲେ ସଭାପତି ମନମୋହନ ସାମଲ ଏବଂ ସୁଜିତ କୁମାର। ମନମୋହନ ପୂର୍ବରୁ ରାଜ୍ୟସଭା ଯିବେ ବୋଲି ଆଶା କରାଯାଉଥିଲା। ହେଲେ ଶେଷରେ ଦିଲ୍ଲୀ ବିଜେପି ତାଙ୍କର ପ୍ରାର୍ଥୀତ୍ବରେ ମୋହର ମାରିଛନ୍ତି। ସେହିପରି ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା ସୁଜିତ କୁମାରଙ୍କୁ ପୁଣି ଦଳ ଭରସା କରିଛି। ତାଙ୍କୁ ଦ୍ବିତୀୟ ପ୍ରାର୍ଥି କରିଛି। ତେବେ ଏହି ଘଟଚପଟ ଭିତରେ ଆଉ ଏକ ନୂଆ ଘଟଣା ପଦାକୁ ଆସିଛି। ତାହା ହେଲା ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି। ସେ ଖୁବ ଶିଘ୍ର ନାମାଙ୍କନ ଭରିବେ ବୋଲି କହିଛନ୍ତି। ତେବେ ଏ ନେଇ ସେ ଦିଲ୍ଲୀରେ ଅମିତ ସାହ, ମନମୋହନ ସାମଲଙ୍କ ସହିତ କଥା ହୋଇଛନ୍ତି। ସେ ପ୍ରାର୍ଥୀପତ୍ର ଦାଖଲ କଲେ ଚତୁର୍ଥ ଆସନ ପାଇଁ ଟଣାଉଟରା ଆରମ୍ଭ ହୋଇଯିବ।

Comments are closed, but trackbacks and pingbacks are open.