ଓଡିଶା ସମେତ ଚାରୋଟି ରାଜ୍ୟରେ ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

157

ନୂଆଦିଲ୍ଲୀ: ବିଜେପି ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଓଡିଶା ସମେତ ୪ ଟି ରାଜ୍ୟ ପାଇଁ ବିଜେପି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଓଡିଶାର ନୂଆପଡା ଆସନ ପାଇଁ ଜୟ ଢୋଲକିଆଙ୍କୁ ମନୋନୀତ କରାଯାଇଛି। ସେହିଭଳି ଜମ୍ମୁ-କାଶ୍ମୀରର ବଡଗାମ ଆସନ ପାଇଁ ଆଗା ସୟଦ ମୋହସିନଙ୍କୁ ମନୋନୀତ କରାଯାଇଥିବା ବେଳେ ନାଗ୍ରୋଟା ବିଧାନସଭା ଆସନ ପାଇଁ ଦେବଯାନୀ ରାଣାଙ୍କୁ ମନୋନୀତ କରାଯାଇଛି। ଝାଡ଼ଖଣ୍ଡର ଘାଟଶିଲା (ଅନୁସୂଚିତ ଜନଜାତି) ଆସନ ପାଇଁ ବାବୁଲାଲ ସୋରେନଙ୍କୁ ମନୋନୀତ କରାଯାଇଛି। ବାବୁଲାଲ ସୋରେନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଛାଡି ବିଜେପିରେ ଯୋଗ ଦେଇଥିବା ବିଜେପି ବିଧାୟକ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ପୁଅ। ତେଲେଙ୍ଗାନାର ଜୁବିଲି ହିଲ୍ସ ଆସନ ପାଇଁ ଲଙ୍କାଲା ଦୀପକ ରେଡ୍ଡିଙ୍କୁ ମନୋନୀତ କରାଯାଇଛି। ଜମ୍ମୁ-କାଶ୍ମୀର, ଓଡିଶା, ଝାଡ଼ଖଣ୍ଡ, ମିଜୋରାମ, ପଞ୍ଜାବ, ତେଲେଙ୍ଗାନା ଏବଂ ରାଜସ୍ଥାନର ଆଠଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ। ଭୋଟ ଗଣତି ନଭେମ୍ବର ୧୪ ତାରିଖରେ ହେବ।

Comments are closed, but trackbacks and pingbacks are open.