ପ୍ରାର୍ଥୀପତ୍ର ଦାଖଲ କଲେ ମନମୋହନ ସାମଲ ଓ ସୁଜିତ କୁମାର

38

ଭୁବନେଶ୍ୱର: ବିଜେଡି ପରେ ଆଜି ବିଜେପି ରାଜ୍ୟସଭାପତି ମନମୋହନ ସାମଲ ଏବଂ ସୁଜିତ କୁମାର ବିଧାନସଭାରେ ଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିଜେପିର ସମସ୍ତ ବିଧାୟକମାନେ ଉପସ୍ଥିତ ଥିଲେ । ମନମୋହନ ଏବଂ ସୁଜିତ କୁମାର ଉଭୟ ଦଳୀୟ କାର୍ଯ୍ୟାଳୟରୁ ବାହାରି ପ୍ରଥମେ ରାମମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ଭଗବାନଙ୍କ ଆଶୀର୍ବାଦ ନେଇ ବିରାଟ ପଟୁଆରରେ ବିଧାନସଭା ଅଭିମୁଖେ ବାହାରିଥିଲେ । ବିଜେପି ପୁଣି ତାର ଶକ୍ତି ପ୍ରଦର୍ଶନ କରିଥିଲା । ଦୁଇ ପ୍ରାର୍ଥୀ ଶତାଧିକ ଦଳୀୟ କର୍ମୀଙ୍କ ଗହଣରେ ବାଜା ବଜାଇ ବିଧାନସଭା ପରିସରରେ ପହଁଚିଥିଲେ । ଉଭୟ ପ୍ରଥମେ ସମସ୍ତ ପ୍ରକ୍ରିୟା ଶେଷ କରିବା ପରେ ଠିକ୍ ଅପରାହ୍ନ ୨ଟା ସମୟରେ ଉଭୟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେହିପରି ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ମଧ୍ୟ ନାମାଙ୍କନ ଦାଖଲ କରିଥିଲେ ।

Comments are closed, but trackbacks and pingbacks are open.