ବିଜେଡି ର ସୁଲୋଚନା ଦାସ ହେଲେ ରାଜଧାନୀ ର ନୂଆ ମେୟର

48

ବିଜେଡି କବଜାରେ ଭୁବନେଶ୍ୱର ମେୟର ଆସନ । ବିଜେପି ର ସୁନୀତି ମୁଣ୍ଡ ଙ୍କ ସହିତ କଡା ଟକ୍କର ପରେ ବିଜେଡିର ସୁଲୋଚନା ଦାସ ପ୍ରଥମ ମହିଳା ମେୟର ଭାବେ ନିର୍ବାଚିତ ହୋଇଛନ୍ତି I ଆଜି ଭୁବନେଶ୍ୱର ମହାନଗର ନିଗମର ମେୟର ଆସନ ପାଇଁ ଭୋଟ୍ ଗଣତି ଶେଷ ହୋଇଛି । ଯେଉଁଥିରୁ ମିଳିଥିବା ସୂଚନା ମୁତାବକ ବିଜେଡି ପ୍ରାର୍ଥିନୀ ସୁଲୋଚନା ଦାସ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସୁନୀତି ମୁଣ୍ଡଙ୍କୁ ହରାଇ ନିର୍ବାଚନରେ ବିଜୟୀ ହୋଇଛନ୍ତି ।
ମିଳିଥିବା ସୂଚନା ମୁତାବକ, ନିର୍ବାଚନରେ ଏଥର ବିଜେଡି ପ୍ରାର୍ଥିନୀ ସୁଲୋଚନା ଦାସ ୧ ଲକ୍ଷ ୭୪ ହଜାର ୫୬୨ଟି ଭୋଟ୍ ପାଇଥିଲେ । ସେହିପରି ବିଜେପି ପ୍ରାର୍ଥିନୀ ସୁନୀତି ମୁଣ୍ଡ୍ ୧ ଲକ୍ଷ ୧୩ ହଜାର ୪୧୯ ଖଣ୍ଡ ଭୋଟ୍ ପାଇଥିଲେ । ବିଜେଡିର ମେୟର ପ୍ରାର୍ଥୀ ସୁଲୋଚନା ଦାସ ୬୧୧୪୩ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେହିପରି କଂଗ୍ରେସ ର ମେୟର ପ୍ରାର୍ଥିନୀ ୧୧ ହଜାର ୬ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନ ରେ ରହିଛନ୍ତି I

Comments are closed, but trackbacks and pingbacks are open.