ଚୌଦ୍ୱାରରେ ଏନଏସି ରେ ବିଜେଡ଼ିର ବାଜିମାତ

45

ପୌର ନିର୍ବାଚନରେ ବିଜୁ ଜନତା ଦଳ ଚୌଦ୍ୱାରରେ ବାଜିମାତ୍ କରିଛି। ଦଳର ଅଧ୍ୟକ୍ଷା ପ୍ରାର୍ଥିନୀ ମାନସୀ ସ୍ୱର୍ଣ୍ଣପ୍ରଭା ସାମଲଙ୍କ ସମେତ ୧୩ଟି ୱାର୍ଡ଼ରେ ବିଜେଡ଼ି କାଉନସିଲର ପ୍ରାର୍ଥୀ ବିଜୟଲାଭ କରିଛନ୍ତି । ଏହି ପୌର ପାଳିକାରେ ବିଜେଡ଼ି ଅଧ୍ୟକ୍ଷା ପ୍ରାର୍ଥୀ ମାସସୀ ମୋଟ ୧୧ହଜାର ୯୦୫ଟି ଭୋଟ ପାଇଥିବାବେଳେ ତାଙ୍କ ନିକଟତମକ ପ୍ରାର୍ଥୀ ସ୍ୱାଧୀନ ଦଳର ପୁଷ୍ପଲତା ପରିଡ଼ାଙ୍କ ଠାରୁ ୫ହଜାର ୩୨୭ ଖଣ୍ଡ ଅଧିକ ଭୋଟ ପାଇ ଜୟଯୁକ୍ତ ହୋଇଛନ୍ତି । ବିଜେପି ପ୍ରାର୍ଥୀ ଦେବସ୍ମିତା ନାୟକ ୪ହଜାର ୭୯ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ୧୯ଟି ୱାର୍ଡ଼ଯୁକ୍ତ ଏହି ପୌରାଞ୍ଚଳରେ ବିଜେଡ଼ିର କାଉନ୍ସିଲର ପ୍ରାର୍ଥୀ ସବିତା ମାହାଳି(୨ନଂ), ଅଜୟ କୁମାର ବେହେରା(୪ନଂ), ଦୀଲ୍ଲିପ ସାହୁ(୬ନଂ), କଲ୍ୟାଣୀ ସାହୁ(୭ନଂ), ବିଜୟଲକ୍ଷ୍ମୀ ବେହେରା(୮ନଂ), ରଙ୍ଗଲତା ସାହୁ(୯ନଂ), ବିଜୟ କୁମାର ମଲ୍ଲିକ(୧୦ନଂ), ସୁବ୍ରତ ସାମଲ(୧୨ନଂ), ରଞ୍ଜୁଲତା ଦାସ(୧୪ନଂ), ଅଜୟ କୁମାର ବେହେରା(୧୬ନଂ), ଆଶୁତୋଷ ଦାସ(୧୭ନଂ), ବିଜୟ କୁମାର ସାହୁ(୧୮ନଂ) ଓ ଶୁଭେନ୍ଦୁ ସାମଲ ୧୯ ନମ୍ବର ୱାର୍ଡ଼ରୁ ବିଜୟୀ ହୋଇଛନ୍ତି ।ସେହିପରି ସ୍ୱାଧୀନ ଦଳର ଲିଲିବାଳା ସାହୁ (୧ନଂ),ସୁପର୍ଣ୍ଣଖା ସଏ(୩ନଂ), ସୁଜାତା ସାହୁ(୫ନଂ) ଓ ବିନୋଦିନୀ ରାଉତରାୟ(୧୧ନଂ) ଜୟଯୁକ୍ତ ହୋଇଛନ୍ତି । ୧୩ ନମ୍ବର ୱାର୍ଡ଼ରେ ବିଜେପି ପ୍ରାର୍ଥୀ ସୁଜାତା ସାହୁ ବିଜୟୀ ହୋଇଥିବାବେଳେ ୧୫ ନମ୍ବର ୱାର୍ଡ଼ରେ କଂଗ୍ରେସର ଦିଲ୍ଲିପ ଭୁୟାଁ ବିଜୟୀ ହୋଇଛନ୍ତି। ସ୍ଥାନୀୟ ମ୍ୟୁନିସିପାଲ ସରକାରୀ ହାଇସ୍କୁଲରେ ପ୍ରତିଷ୍ଠିତ ଭୋଟ ଗଣନାକେନ୍ଦ୍ରରେ ବିଜୟୀ ପ୍ରାର୍ଥୀମାନଙ୍କ ନାମ ଘୋଷଣା ହେବାପରେ ନବନିର୍ବାଚିତ କାଉନସିଲର ମାନେ ନିଜ ନିଜ ୱାର୍ଡ଼ରେ ବିଜୟ ଶୋଭାଯାତ୍ରା କରି ଖୁସି ମନାଇଥିଲେ । ବାଜା, ବାଣ ଓ ଜୟ ଜୟକାର ଧ୍ୱନୀ ମଧ୍ୟରେ ସମର୍ଥକ ମାନଙ୍କ ଗହଣରେ ୱାର୍ଡ଼ ପରିକ୍ରମା କରି ୱାର୍ଡ଼ବାସୀମାନଙ୍କୁ କୃତଜ୍ଞତା ଜଣାଉଥିବା ଦେଖିବାକୁ ମିଳିଛି।

Comments are closed, but trackbacks and pingbacks are open.