ବିରୋଧୀ ଦଳ ନେତାରୁ ବହିଷ୍କାର ଦାବିରେ ରାସ୍ତାକୁ ଓହ୍ଲାଇଲା ବିଜେଡି

34

ପୁଲିସ ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଧକ୍କା ମାରିବା ଘଟଣାରେ ରାସ୍ତାକୁ ଓହ୍ଲାଇଲା ବିଜେଡି । ବିଜୁ ମହିଳା ଜନତା ଦଳ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିରେ ପ୍ରତିବାଦ ସଭା । ଜୟନାରାୟଣ ମିଶ୍ରଙ୍କୁ ବହିଷ୍କାର କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏଥିରେ ଶତାଧିକ ମହିଳା ବିଜେଡି କର୍ମୀ ସାମିଲ ହୋଇଛନ୍ତି । ତେବେ ଏହି ଘଟଣାକୁ ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ବିଜୁ ମହିଳା ଜନତା ଦଳ ପ୍ରତିବାଦ କରିଛି। ବିରୋଧୀ ଦଳ ନେତା ପଦରୁ ଜୟନାରାୟଣଙ୍କୁ ବହିଷ୍କାର କରିବା ସହିତ ଜୟନାରାୟଣ ସର୍ବସମ୍ମୁଖରେ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବି କରି ଧାରଣା ଦେଇଛନ୍ତି ବିଜୁ ମହିଳା ଜନତା ଦଳର କର୍ମୀ।

ଗଣତାନ୍ତ୍ରିକ ପ୍ରକ୍ରିୟାରେ ହିଂସାର ସ୍ଥାନ ନାହିଁ । ଯେତେବେଳେ ଜଣେ ଜନପ୍ରତିନିଧି ହେଇ ମହିଳାଙ୍କୁ ପ୍ରତି ଅସମ୍ମାନ କରିବେ ଏବଂ ଅପରାଧିକ ମାମଲାରେ ତାଙ୍କର ସମ୍ପୃକ୍ତି ରହିବ । ତେବେ ଏହାଠାରୁ ଦୁର୍ଭାଗ୍ୟଜନକ କଥା ଆଉ କିଛି ନାହିଁ ବୋଲି କହିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ସେପଟେ ସମ୍ବଲପୁର ସର୍କିଟ୍ ହାଉସ୍ ଘେରିଛନ୍ତି ବିଜେଡି କର୍ମୀ ।

ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଘଟିଥିବା ଏହି ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି । ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିଲା ବେଳେ ରାତିରେ ଆଇଜି ଦୀପକ କୁମାର, ସମ୍ବଲପୁର ଏସପି ବି.ଗଙ୍ଗାଧର ଧନୁପାଲି ଥାନାରେ ପହଂଚି ଆଲୋଚନା କରିଛନ୍ତି । ଘଟଣା ସଂପର୍କରେ ଧନୁପାଲି ଆଇଆଇସି ଅନିତା ପ୍ରଧାନଙ୍କ ସହ ଆଇଜି ଓ ଏସପି କିଛି ସମୟ ଆଲୋଚନା କରି ପୁଣି ଫେରିଯାଇଥିବା ସୂଚନା ମିଳିଛି । ବିବାଦରେ ଫସିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ବିଜେପି ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ ସମୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଧନୁପାଲି ଥାନା ଅଧିକାରୀ ଅନୀତା ପ୍ରଧାନଙ୍କୁ ଧକ୍କା ମାରିଥିଲେ । ଏହା ପରେ ବିରୋଧୀ ଦଳ ନେତାଙ୍କୁ ମଧ୍ୟ ଧକ୍କା ମାରିଥିଲେ ସମ୍ପୃକ୍ତ ମହିଳା ଅଧିକାରୀ । ଏହି ସମସ୍ତ ଦୃଶ୍ୟ କଏଦ ହୋଇଛି କ୍ୟାମେରାରେ । ଏହାକୁ ନେଇ ପୋଲିସ ଓ ଜୟନାରାଣ ମିଶ୍ର ମୁହାଁମୁହଁ ସ୍ଥିତି ଦେଖିବାକୁ ମିଳିଥିଲା । ଅନିତାଙ୍କ ଅଭିଯୋଗ ଅନୁସାରେ ସମ୍ବଲପୁର ଟାଉନ୍ ଥାନା ପୋଲିସ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି ।

Comments are closed, but trackbacks and pingbacks are open.