ଭୁବନେଶ୍ୱର ବିମାନବନ୍ଦର ଘରୋଇକରଣକୁ ନେଇ ବିଜେଡିର ତୀବ୍ର ବିରୋଧ

14

ଭୁବନେଶ୍ୱର: ଓଡ଼ିଶାର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାଁରେ ନାମିତ ହୋଇଥିବା ବେଳେ ଏଥିରୁ ବର୍ଷକୁ ୨୦୦ ରୁ ୫୦୦ କୋଟି ଲାଭ ଆସୁଛି। କେନ୍ଦ୍ର ସରକାର ଏହାକୁ ଘରୋଇକରଣ କରିବା ଚିନ୍ତାର ବିଷୟ। ଇଂରେଜଙ୍କ ଇଷ୍ଟ ଇଣ୍ଡିଆ କମ୍ପାନୀ ଜରିଆରେ ଯେପରି ଲୁଟ ହେଉଥିଲା, ତାହା ଏବେ ହେଉଛି। ଏକ ପ୍ରେସମିଟ୍ କରି କହିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ ଆହୁରି କହିଛନ୍ତି ଯେ, ଓଡ଼ିଶାର ସବୁ ସମ୍ପତ୍ତି ଲୁଟିବେ, ଓଡ଼ିଶା ବିଜେପି ଏଜେଣ୍ଟ ସାଜି ଲୁଟରେ ସହାୟତା କରୁଛନ୍ତି। ବିଜେପି ସାଂସଦ ଚୁପ। ଜାତୀୟ ରାଜପଥ ଲୁଟ। ବନ୍ଦର ଘରୋଇ କମ୍ପାନୀକୁ ଟେକିଛନ୍ତି। ପରମାଣୁ କମ୍ପାନୀ ହାତରେ ଟେକୁଛନ୍ତି। ଏବେ ବିଜେପି 50 ବର୍ଷ ପାଇଁ ଲିଜ ଦେଉଛନ୍ତି ବିମାନ ବନ୍ଦର। ତିନି ପିଢ଼ି ପାଇଁ ଏହି ନିଷ୍ପତ୍ତି ନେବାର ଅଧିକାର ଦେଲା କିଏ? ଓଡ଼ିଶାକୁ ଦାଦନ କରିବାକୁ ଏହା ଷଡଯନ୍ତ୍ର। ବିଜେପି ସରକାର ଥାଇ ବି ଚୁପ। କଣ କରୁଛନ୍ତି ୨୦ ସାଂସଦ ? ଏହା ରାଜଦ୍ରୋହ। ଓଡ଼ିଶା ବିରୋଧୀ ଆଚରଣ। ସାଧାରଣ ଓଡ଼ିଆ ଵା ଯାତ୍ରୀ ଲାଭ ପାଇବ ନାହିଁ। କେନ୍ଦ୍ର ସରକାରଙ୍କ ପ୍ରସ୍ତାବରେ ୮ ହଜାର କୋଟିରେ ୧୧ ବିମାନ ବନ୍ଦରର ବିକାଶ ହେବ। ହେଲେ ଭୁବନେଶ୍ୱର ବିମାନ ବନ୍ଦର ପାଇଁ ହିଁ ତ ୮ ହଜାର କୋଟି ହେବ। କେନ୍ଦ୍ର ସରକାରଙ୍କୁ ଏହି ଖଳ ବୁଦ୍ଧି ଦେଲା କିଏ ? ଯେଉଁଠି ଘରୋଇକରଣ ହୋଇଛି, ସରକାର କି ଯାତ୍ରୀ ଫାଇଦା ପାଇନାହାନ୍ତି। ସବୁ ଟିକସ ଭରୁଛନ୍ତି ଯାତ୍ରୀ। ଓଡ଼ିଆ ଆହୁରି ଦରିଦ୍ର ହେବେ। ଘରୋଇକରଣ ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ ବିଜୁଳି ବିଭାଗ ଉପରେ ନିୟନ୍ତ୍ରଣ ନାହିଁ, ଘରୋଇ କମ୍ପାନୀକୁ କଣ ନିୟନ୍ତ୍ରଣ କରିବେ| ଷଡଯନ୍ତ୍ର ବନ୍ଦ କରୁ ବିଜେପି ସରକାର। ନ ହେଲେ ଓଡ଼ିଶାରେ ଆଗାମୀ ଦିନରେ ବଡ଼ ବିପ୍ଳବ ହୋଇପାରେ ।

Comments are closed, but trackbacks and pingbacks are open.