ଆଉ ୧୭ ଜଣ ନେତାଙ୍କୁ ସଂଯୋଜନା ଦାୟିତ୍ବ ଦେଲା ବିଜେଡି

122

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ପାଇଁ ପୁଣି ୧୭ ଜଣ ନେତାଙ୍କୁ ସଂଯୋଜନା ଦାୟିତ୍ବ ଦେଇଛି ବିଜେଡି। ଦଳ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପଦ୍ମନାଭ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା, ମହେଶ ସାହୁ, ସୁମିତ୍ରା ଜେନା, ସୁଲୋଚନା ଦାସ, ଶର୍ମିଷ୍ଠା ସେଠୀ, ମହୀଧର ରାଣା, ରଘୁରାମ ପାଦଲ, ମାନସ ମାଡକାମି, ଝିନ ହିକକା, ସାନନ୍ଦ ମରାଣ୍ଡି, ରୂପେଶ କୁମାର ପାଣିଗ୍ରାହୀ, ବେଣୁଧର ପ୍ରଧାନ, ଦେବାଶିଷ ପଟ୍ଟନାୟକ, ଇଶ୍ବର ପାଣିଗ୍ରାହୀ, ସୁବ୍ରତ ସିଂହ, ଦୁଷ୍ମନ୍ତ ନାୟକଙ୍କୁ ସଂଯୋଜନା ଦାୟିତ୍ବ ଦିଆଯାଇଛି। ଏହା ପୂର୍ବରୁ ମଧ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ୫୨ ଜଣ ନେତାଙ୍କୁ ନୂଆପଡା ଦାୟିତ୍ବ ଦେଇଥିଲେ। ନଭେମ୍ୱର ୧୧ରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ ହେବ । ନଭେମ୍ବର ୧୪ରେ ଭୋଟ୍ ଗଣତି ହେବ । ୧୩ରେ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୧୪ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଛି ।

Comments are closed, but trackbacks and pingbacks are open.