ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ଓ ନବ ଦାସ ଙ୍କ ପ୍ରଚାର ଜୋରଦାର

24

ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ଆଜି ୱାର୍ଡ ନଂ ୬୨ ପୋଖରୀପୁଟ ସ୍ଥିତ କାରଗିଲ ରୋଡ ଅଞ୍ଚଳରେ ଶୋଭାଯାତ୍ରା କରିବା ସହ ପ୍ରଚାର କରିଛନ୍ତି । ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଏହି ଅଞ୍ଚଳର କର୍ପୋରେଟର ପ୍ରାର୍ଥୀଙ୍କ ସହ ଯାଇ ପ୍ରଚାର କରିଛନ୍ତି ସୁଲୋଚନା । ଏହା ସହ ଆଜି ନିକୋପାର୍କ ନିକଟ ସୁନାଦେଇ ମନ୍ଦିରରେ ଦର୍ଶନ କରି ପ୍ରଚାର ଆରମ୍ଭ କରିଥିଲେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ । ରାଲି ସହ ଶୋଭଯୋତ୍ରା କରି କରିଛନ୍ତି ଭୋଟଭିକ୍ଷା । ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ନେଇ ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଜାରି ରଖିଛନ୍ତି ।ପ୍ରଚାର ଶେଷ ପୂର୍ବରୁ ସମସ୍ତ ଭୋଟର ପାଖରେ ପହଂଚିବାକୁ ପ୍ରୟାସ ଜାରି ରଖିଛନ୍ତି ବିଜେଡି ମେୟର ପ୍ରାଥୀ ସୁଲୋଚନା ଦାସ ।
ସେହିପରି ଝାରସୁଗୁଡ଼ା ବେଲପାହାଡରେ ପ୍ରଚାର କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ବେଲପାହାଡର ବିଭିନ୍ନ ଅଂଚଳକୁ ବୁଲି ପ୍ରଚାର କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ବେଲପାହାଡ ପୌରପରିଷଦର ଚେୟାରମ୍ୟାନ୍ ପ୍ରାର୍ଥୀ ହିତେଶ ଠାକୁର ଓ କାଉନ୍ସିଲରଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି । ଅନେକ ସ୍ଥାନରେ ସଭା ମଧ୍ୟ କରିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଏହି ଅବସରରେ ବିଭିନ୍ନ ଅଂଚଳରୁ ଶହେରୁ ଅଧିକ କର୍ମୀ ବିଜେଡିରେ ଯୋଗଦେଇଥିଲେ ।

Comments are closed, but trackbacks and pingbacks are open.