ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇଙ୍କ ଘରେ ଚଢାଉ…

69

ନୂଆପଡା: ତିନି ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରଚାର ଜାରି ରହିଛି। ଏହାରି ଭିତରେ ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇଙ୍କ ଘରେ ଚଢାଉ ହୋଇଛି। ପ୍ରୀତିରଞ୍ଜନଙ୍କ ନୂଆପଡା ଖରିଆର୍‌ ରୋଡରେ ଥିବା ବାସଭବନରେ ପୁଲିସ ଚଢାଉ କରିଥିବା ଖବର ମିଳିଛି । ପ୍ରୀତିରଞ୍ଜନ ଘଡେଇ ଏବେ ନୂଆପଡା ଉପନିର୍ବାଚନ ପାଇଁ ପ୍ରଚାର ଦାୟିତ୍ୱରେ ଅଛନ୍ତି। ଏହି ସମୟରେ ପୁଲିସ ଏଭଳି ଚଢାଉ କରିବା ନେଇ କର୍ମୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କୌଣସି ଏକ ଖବର ପାଇ ପୁଲିସ ଓ ଜିଲ୍ଲାପାଳ ଚଢାଉ କରିବାକୁ ଯାଇଥିବା ବେଳେ ଘରେ ପ୍ରୀତିରଞ୍ଜନ ନଥିବାରୁ ଫେରିଆସିଥିଲେ। ନୂଆପଡାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଜିତାଇବା ପାଇଁ ପ୍ରଚାରକୁ ଜୋରଦାର କରାଯାଉଥିବା ବେଳେ ଜଣେ ନେତାଙ୍କ ଘରେ ଏଭଳି ଚଢାଉ କରାଯିବା ଉପରେ ପ୍ରଶ୍ନ ଉଠାଇଛି ବିଜେଡି।

Comments are closed, but trackbacks and pingbacks are open.