ବ୍ରଜରାଜନଗର ଉପନିର୍ବାଚନ ଶେଷ ଦିନ ରେ ପ୍ରାର୍ଥୀ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି

17

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ ପ୍ରାର୍ଥିପତ୍ର ଦାଖଲ କଲେ ଅଳକା ମହାନ୍ତି । ବିଜେଡି ପକ୍ଷରୁ ଉପନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି ସ୍ୱର୍ଗତ କିଶୋର ମହାନ୍ତି ସ୍ତ୍ରୀ ଅଳକା ମହାନ୍ତି । ଆଜି ନିଜର ଶହ ଶହ ସମର୍ଥକଙ୍କ ଗହଣରେ ଯାଇ ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡିର ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ।

ସୂଚନାନୁସାରେ ଆଜି ବୁଧୁବାର ନାମାଙ୍କନ ପତ୍ର ଦାଖଲ ର ଶେଷ ଦିନ ହୋଇଥିବା ବେଳେ ବିଜେଡିରୁ ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ପ୍ରାର୍ଥୀପତ୍ର କରିଛନ୍ତି I ସେହିପରି କଂଗ୍ରେସ ପ୍ରାର୍ଥୀ ଭାବେ କିଶୋର ପଟେଲ୍ ଓ ବିଜେପି ପକ୍ଷରୁ ରାଧାରାଣୀ ପଣ୍ଡା ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେଣୁ ମୈଦାନରେ ତ୍ରିମୁଖୀ ଲଢ଼େଇ ହେବା ସ୍ପଷ୍ଟ ହୋଇଛି ।

ଆଜି ଅଳକା ମହାନ୍ତି ନିଜ ଶହ ଶହ ସମର୍ଥକ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ମନ୍ତ୍ରୀ ସୁଶାନ୍ତ ସିଂହ, ମନ୍ତ୍ରୀ ଟୁକୁନି ସାହୁ, ସ୍ନେହାଙ୍ଗିନୀ ଝୁରିଆ, ବିଧାୟକ ଶାରଦା ନାୟକ, ରୀତା ସାହୁ, ଜିଲ୍ଲା ପର୍ଯ୍ୟବେକ୍ଷକ ସୁବାସ ସିଂ ପ୍ରମୁଖ ଙ୍କୁ ନେଇ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି I

Comments are closed, but trackbacks and pingbacks are open.