କଳାଟଙ୍କା ଜବତ ଘଟଣାରେ ବିଜେଡି-ବିଜେପି ମୁହାଁମୁହିଁ

371

ଭୁୁବନେଶ୍ୱର: ମଦ ବ୍ୟବସାୟୀଙ୍କ ଘରୁ କଳାଟଙ୍କା ଜବତ ଘଟଣାରେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ବିଜେପି ବିଜେଡି ସରକାରକୁ ଦୋଷ ଦେଉଥିବାବେଳେରାଜ୍ୟ ବିଜେପି କଂଗ୍ରେସକୁ ଘଣ୍ଟ ଘାେଡ଼ାଉଛି ବୋଲି ଅଭିଯୋଗ କରି ଆସୁଛି ବିଜେଡି । କଳା ଟଙ୍କା କାହାର, ମୁଖ୍ୟ ମନ୍ତ୍ରୀ କାହିଁକି ବୌଦ୍ଧ ଡିଷ୍ଟିଲାରୀକୁ ଅନୁଗ୍ରହ ଦେଖାଇଥିଲେ, କାହିଁକି ଗୋଟିଏ ନିର୍ଦିଷ୍ଟ କମ୍ପାନୀକୁ ପୂରା ପଶ୍ଚିମ ଓଡିଶାର ମଦ ଠିକା ଦିଆ ଯାଇଥିଲା ? ଏମିତି ପ୍ରଶ୍ନ କରି ବିଜେଡିକୁ ଘେରିଛି ବିଜେପି । କଂଗ୍ରେସ ଦଳର ମଦ ମାଫିଆ ଓ ବିଜୁ ଜନତା ଦଳ ଭିତରେ ମଧୁ ଚନ୍ଦ୍ରିକା ଚାଲିଛି । ଚାଲିଥିବା ମଦ ବେପାର ଓ କଳା ଟଙ୍କା କାରବାର ଧରା ପଡିଯିବା ପରେ ଏବେ ବିଜୁ ଜନତା ଦଳ ନିରାଶାରେ ଭାଙ୍ଗି ପଡିଛି ବୋଲି ଅଭିଯୋଗ ଆଣିଛି ବିଜେଡି ।

ବିଜେପି କହିଛି, ଯଦି ଏହି ଟଙ୍କା ଝାଡଖଣ୍ଡର କଂଗ୍ରେସର ତେବେ  ତାଙ୍କର ଶାସନାଧୀନ ଝାଡଖଣ୍ଡରେ ଏହି କଳା ଟଙ୍କାକୁ ନ ରଖି ଓଡିଶାରେ କାହିଁକି ରଖିଥିଲେ । ଏଥିରୁ ପ୍ରମାଣିତ ହେଉଛି ଯେ ଏହି ଅର୍ଥ ବିଜୁ ଜନତା ଦଳ ପାଇଁ ରଖା ଯାଇଥିଲା ଓ ନବୀନ ପଟ୍ଟନାୟକ ସରକାର ଧୀରଜ ସାହୁ ଏଣ୍ଡ କୋର କଳା ସାମ୍ରାଜ୍ୟକୁ ସୁରକ୍ଷା ଦେଉଥିଲା । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଦୁଇ ଜଣ ଅଣଓଡିଆ ଅଫିସରଙ୍କ ଚାପରେ ବିଜୁ ଜନତା ଦଳର ମୁଖପତ୍ର ମାନେ ଚାପଗ୍ରସ୍ତ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।

ବିଶ୍ୱାଳ ହିଛନ୍ତି, ବିବାଦ ଭିତରେ ଥିବା ବୌଦ୍ଧ ଡିଷ୍ଟିଲାରିର ଓଡିଶାରେ ଦେଶି ମଦ ବେପାରରେ ଏକ ଚାଟିଆ ଆଧିପତ୍ୟ ରହିଛି । ଏହା ପଛରେ ସରକାରଙ୍କ ଅବକାରୀ ନୀତି ଦାୟୀ । ଓଡିଶାରେ ୨୦୦୦ ମସିହାରୁ ଦେଶି ମଦଭାଟି କେବଳ ନବୀକରଣ ହେଉଛି । ଏହାର ରିଅକ୍ସନ ବା ରିଟେଣ୍ଡରଙ୍ଗି ହେଉନାହିଁ । ଓଡିଶାରେ ୫୦ ହଜାର କୋଟି ଟଙ୍କାର ମଦ ଦୁର୍ନୀତି ହୋଇଛି । ଓଡିଶାରେ ଆଜି “ମଦର ମହାନଦୀ” ସୃଷ୍ଟି ହୋଇଛି ।

କେବଳ ବଲାଙ୍ଗିର ଜିଲ୍ଲାରେ ଅଛି ମୋଟ ୬୨ଟା ମଦ ଭାଟି । ଦିନକୁ ୮ ଲକ୍ଷ ଲିଟର ମଦ ବିକ୍ରି ହେଉଛି ଓଡିଶାରେ । “ନ୍ୟାସନାଲ ଫ୍ୟାମିଲ ହେଲ୍‌ଥ ସର୍ଭେ” ଅନୁସାରେ ଗ୍ରାମାଂଚଳରେ ୩୦ ପ୍ରତିଶତ ଲୋକ ମଦ ପିଉଛନ୍ତି । ବିଜୁ ଜନତା ଦଳ ସରକାରର ଗୋଟିଏ ମିଶନ ଲୋକଙ୍କୁ ମଦୁଆ କରି ନିର୍ବାଚନ ପାଇଁ ଟଙ୍କା ଆଦାୟ କରିବା । ବିଜେଡି ବର୍ତମାନ ସମସ୍ତ ଆଂଚଳିକ ଦଳ ଭିତରେ ସବୁଠାରୁ ଧନୀ ଦଳ । ସେହି ଦଳ ପାଖରେ ମଦ ମାଫିଆଙ୍କ ଅର୍ଥ ରହିଛି । ଏବେ ସେହି କଳାଧନ ଧରା ପଡି ଯିବା କାରଣରୁ ବିଜେଡି ଚିନ୍ତାଗ୍ରସ୍ତ ବୋଲି ସେ କହିଛନ୍ତି ।

Comments are closed, but trackbacks and pingbacks are open.