ଭୁବନେଶ୍ଵର: ଆଜି ପୁଣି ବିଜେଡ଼ି ପକ୍ଷରୁ ବିଦ୍ରୋହୀ ନେତାଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡ଼ି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନେଇ ବିଜେଡ଼ି ଉପ ସଭାପତି ପ୍ରତାପ ଜେନା ସ୍ପଷ୍ଟ କରିଛନ୍ତି। ଶ୍ରାମୟୀ ବିଜେଡ଼ି ର ମହିଳା ବ୍ୟାପାର ସାଧାରଣ ସମ୍ପାଦକ ପଦବୀରେ ଥିଲେ। ତେବେ ଶ୍ରୀମୟୀଙ୍କ ବ୍ୟତୀତ ବିଜେଡ଼ି ର ଆଉ ଦୁଇ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କପ୍ତିପଦା ବ୍ଲକର ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ସାଏ ଏବଂ ମୟୂରଭଞ୍ଜର ପୂର୍ବତନ ଜିଲ୍ଲା ସମ୍ପାଦକ ପ୍ରବୀର ଚନ୍ଦ୍ର ସାଏଙ୍କୁ ମଧ୍ୟ ଦଳରୁ ନିଲମ୍ବିତ କରାଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, ଶ୍ରୀମୟୀ ମିଶ୍ର ବିଭିନ୍ନ ଗଣମାଧ୍ୟମରେ ଦଳ ବିରୋଧରେ ମନ୍ତବ୍ୟ ଦେଉଥିଲେ। ଧୃତରାଷ୍ଟ୍ର ଓ ଭଣ୍ଡ ସନ୍ନ୍ୟାସୀ ଉପାଖ୍ୟାନ ଦେଇ ସେ ଦଳର ନେତୃତ୍ଵକୁ ସମାଲୋଚନା କରୁଥିଲେ।
Comments are closed, but trackbacks and pingbacks are open.