ବିଜେଡିରୁ ଇସ୍ତଫା ଦେଲେ ବନ୍ତ ବ୍ଲକ ଅଧ୍ୟକ୍ଷ

53

ଭଦ୍ରକ:ବିଜେଡିରୁ ଇସ୍ତଫା ଦେଲେ ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଜିଲା ସଭାପତିଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି।ଅଧ୍ୟକ୍ଷଙ୍କ ବିରୋଧରେ କୋଟିଏରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗ ଆଣିଥିଲା ବିଜେଡି। ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ନିଜ ନାମରେ ଭେଣ୍ଡର କୋଡ଼ ଖୋଲି ଟଙ୍କା ଆତ୍ମସାତ କରିଥିବା ଖବରଦାତା ସମ୍ମିଳନୀରେ ବ୍ଲକ ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଥିଲା। ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ଭେଣ୍ଡର୍‌ କୋଡ ମାଧ୍ୟମରେ ଓ ଫଲ୍ସ ବିଲ ନେଇ ଅଭିଯୋଗ ଆଣିଥିଲା ଖୋଦ ବିଜେଡି। ବନ୍ତ ବ୍ଲକ ବିଜେଡି ସଭାପତିଙ୍କ ସହ ଜିଲାପରିଷଦ ଅଧ୍ୟକ୍ଷଙ୍କ ଓ ଅନେକ ସରପଞ୍ଚ ଓ ସମିତି ସଭ୍ୟମାନେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଭଦ୍ରକସ୍ଥିତ ବାସଭବନରେ ଏହି ଦୁର୍ନୀତି ସମ୍ପର୍କରେ ଅଭିଯୋଗ କରିଥିଲେ।

Comments are closed, but trackbacks and pingbacks are open.