ଭୁବନେଶ୍ୱର: ଗତ ସାଧାରଣ ନିର୍ବାଚନ ପରେ ବିଜେଡିର ବଡ଼ ଧରଣର ସାଙ୍ଗଠନିକ ପରିବର୍ତ୍ତନ ଘଟିଛି, ଯେଉଁଥିରେ ପୂର୍ବରୁ ଦଳରେ ଥିବା ସାଙ୍ଗଠନିକ ସମ୍ପାଦକ ପଦକୁ ଉଠାଇ ଦିଆଯାଇଛି । ପୂର୍ବରୁ ଏହି ପଦରେ ପ୍ରଣବ ପ୍ରକାଶ ଦାସ ଥିବାବେଳେ, ନୂଆ ସାଙ୍ଗଠନିକ ଦାୟିତ୍ୱରେ କିନ୍ତୁ ଏହି ପଦ ଆଉ ରହିନାହିଁ । ଏହା ବଦଳରେ ଦଳ ୧୫ ନେତାଙ୍କୁ ଉପ-ସଭାପତି ଏବଂ ୫୫ ଜଣ ନେତାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଏବଂ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନବୀନଙ୍କ ଏହି ଟିମରେ ପ୍ରଫୁଲ ମଲ୍ଲିକ, ଶଶୀଭୂଷଣ ବେହେରା ଏବଂ ଭୂପିନ୍ଦର ସିଂଙ୍କ ଭଳି ନେତାଙ୍କୁ ସ୍ଥାନ ମିଳିନି । ସେହିପରି ପୂର୍ବରୁ ଦଳର ନମ୍ବର-୨ ନେତା ତଥା ସାଙ୍ଗଠନିକ ସମ୍ପାଦକ ଥିବା ପ୍ରଣବ ପ୍ରକାଶ ଦାସଙ୍କୁ ଏଥର ଦଳ ଉପ-ସଭାପତି ଦାୟିତ୍ୱ ଦେଇଛି । ତାଙ୍କ ସହିତ ଦେବୀ ପ୍ରସାଦ ମିଶ୍ର, ପ୍ରଫୁଲ ସାମଲ, ଉଷା ଦେବୀ, ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁ, ପ୍ରଦାପ ଜେନା, ଅତନୁ ସବ୍ୟସାଚ୍ଚୀ ନାୟକ, ରାଜେନ୍ଦ୍ର ଢୋଲକିଆ, ସଞ୍ଜୟ ଦାସବର୍ମା, ଅଶ୍ୱିନୀ କୁମାର ପାତ୍ର, ସାରଦା ନାୟକଙ୍କୁ ଦଳ ଉପ-ସଭାପତି ଭାବେ ଦାୟିତ୍ୱ ଦେଇଛି । ସେହିପରି କଟକ ମେୟର ସୁବାସ ସିଂଙ୍କୁ ଦଳ ଟ୍ରେଜେରର ଭାବେ ଦାୟିତ୍ୱ ଦେଇଛି ।
Comments are closed, but trackbacks and pingbacks are open.