ସ୍ୱାସ୍ଥ୍ୟ ପାଇଁ ଉପକାରୀ କଲରା ଜୁସ

28

ମଧୁମେହ ଆଜିକାଲି ଏକ ସାଧାରଣ ରୋଗ ପାଲଟିଗଲାଣି । ପ୍ରାୟ ପ୍ରତି ଘରେ ଏହି ରୋଗୀ ଥିବାର ଦେଖିବାକୁ ମିଳୁଛି । ଏହି ରୋଗ ଥରେ ହେଲେ ଏହାର ସମ୍ପୂର୍ଣ୍ଣ ଆରୋଗ୍ୟ କଷ୍ଟକର, ମାତ୍ର ରୋଗକୁ ଆୟତରେ ରଖାଯାଇପାରେ । ଉପଯୁକ୍ତ ବ୍ୟାୟାମ, ଖାଦ୍ୟ ଓ ନିୟମିତ ଔଷଧ ସେବନ କଲେ ଏହି ରୋଗକୁ ହରାଯାଇପାରେ । ଏହି ରୋଗକୁ ଆଦୌ ଅଣଦେଖା କରାନଯାଇପାରେ । ଏହାକୁ ଅଣଦେଖା କଲେ ଅନେକ ପାର୍ଶ୍ୱ ରୋଗ ବାହାରିଯିବାର ସମ୍ଭାବନା ରହିଛି । ତେବେ ଆପଣ ଯଦି ଏହି ରୋଗକୁ ଆୟତରେ ରଖିବାକୁ ଚାହାନ୍ତି ତେବେ କଲରା ପରି ଭଲ ପରିବା ଆପଣଙ୍କ ପାଇଁ ଅନ୍ୟ କିଛି ହୋଇ ନପାରେ । ଜାଣିରଖନ୍ତୁ ଯେ ମାତ୍ରାଧିକ କଲରା ଖାଇବା ଦ୍ୱାରା, କଲରା ଜୁସ୍‌ ପିଇବା ଦ୍ୱାରା ରକ୍ତରେ ଶର୍କରା ପରିମାଣକୁ ଆଶାତୀତ ଭାବେ କମ୍‌ କରାଯାଇପାରେ । ଏହି ପିତା ପରିବାରେ ରହିଛି ପ୍ଲାଣ୍ଟ୍‌ ଇନ୍‌ସୁଲିନ୍‌ ପୋଲିପେପ୍‌ଟାଇଡ୍‌-ପି ତତ୍ତ୍ୱ । ଏହି ପରିବା ଖାଇବା ଦ୍ୱାରା ହାଇପରଗ୍ଲସିସେମିଆ ରୋଗ ହେବା ସହ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖାଯାଇପାରେ । କେବଳ ମଧୁମେହ ନୁହେଁ, ଚର୍ମ ରୋଗ ପାଇଁ ମଧ୍ୟ ଅବ୍ୟର୍ଥ ଔଷଧ ପରି କାମ କରେ କଲରା । କଲରାକୁ ଭଜା, ତରକାରି ଯେପରି ବି ଖାଇପାରିବେ ।

କଲରା ଜୁସ କେବଳ ଡାଇବେଟିସ ରୋଗ ପାଇଁ ନୁହେଁ ଏହା ସମସ୍ତ ପ୍ରକାର ଚର୍ମ ରୋଗ ହେଲେ ମଧ୍ୟ ଖିଆଯାଇ ପାରିବ I
ଯଦି ମୁହଁ ରେ ଅତ୍ୟଧିକ ବ୍ରଣ ସମସ୍ୟା ହେଉଛି ତେବେ ଲେମ୍ବୁ ରସ ସହିତ କଲରା ରସ ମିଶାଇ ମୁହଁରେ ଲଗାଇଲେ ବ୍ରଣ ଏବଂ ଚର୍ମ ରୋଗ ହୁଏ ନାହିଁ I ଏହା ବାଦ କଲରା ରସ ସେବନ କଲେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ମିଳିଥାଏ I ଆପଣ ପ୍ରତିଦିନ ଅଭ୍ୟାସ କରି ଅଳ୍ପ ପରିମାଣରେ କଲରା ରସ ସେବନ ଅଭ୍ୟାସ କଲେ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ I ଯଦିଓ ଶରୀରରେ କୌଣସି ସ୍ଥାନରେ ଖଣ୍ଡିଆ ହୋଇ ତାହା ଜଲ୍ଦି ଶୁଖୁ ନ ଥାଏ , ଦିନରେ ଅତି କମରେ ଥରେ, ଆପଣ କଲରା ତରକାରୀ କିମ୍ବା ରସ ଖାଇପାରିବେ, ଯାହା କ୍ଷତ ଜନିତ ଯନ୍ତ୍ରଣା ଏବଂ ସଂକ୍ରମଣକୁ ମଧ୍ୟ ରୋକିଥାଏ I

କଲରା ପାଟିକୁ ଯେତିକି ପିତା,ଶରୀର ପାଇଁ ସେତିକି ମିଠା ଏବଂ ଲାଭଦାୟକ ଅଟେ I ଦୈନିକ ଅଭ୍ୟାସ କରି ଅଳ୍ପ ପରିମାଣରେ କଲରା ଜୁସ ପିଇଲେ ଆପଣ ସର୍ବଦା ସୁସ୍ଥ ରହିବେ ଏବଂ ମଧୁମେହ, ପାଇଲସ୍ ଏବଂ ଆଜମା ଭଳି ବିପଜ୍ଜନକ ରୋଗରୁ ରକ୍ଷା ପାଇପାରିବେ I

Comments are closed, but trackbacks and pingbacks are open.