ବିଧାନସଭା ପରିସରରେ ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କର ଜନ୍ମ ଶତବାର୍ଷିକୀ

77

ଭୁବନେଶ୍ଵର: ଆଜି ଦେଶର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କର ଜନ୍ମ ଶତବାର୍ଷିକୀ ପାଳିତ ହୋଇଛି। ଏ ପରିପ୍ରେକ୍ଷୀରେ ରାଜ୍ୟ ବିଧାନସଭା ପରିସରରେ ସହିଦ ବାଜି ରାଉତଙ୍କ ଜୟନ୍ତୀ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ବିଧାନସଭା ପରିସରରେ ଥିବା ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ମହାନ ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇଛନ୍ତି। ସେ କହିଛନ୍ତି, ଦେଶପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ତ୍ୟାଗ, ବଳିଦାନ ଏବଂ ଦେଶପ୍ରେମ ଜରିଆରେ ଓଡ଼ିଶାକୁ ଗୌରବାନ୍ଵିତ କରିବାରେ ଶହୀଦ ବାଜି ରାଉତଙ୍କର ସ୍ଥାନ ସ୍ଵତନ୍ତ୍ର ଏବଂ ଅନନ୍ୟ।

Comments are closed, but trackbacks and pingbacks are open.