ବୀରେନ୍ଦ୍ର ଲାକ୍ରା ଙ୍କ ହକିରୁ ଅବସର ଘୋଷଣା

30

ଅଲିମ୍ପିକ୍ସ ମେଡାଲ ବିଜେତା ବୀରେନ୍ଦ୍ର ଲାକ୍ରା ଆନ୍ତର୍ଜାତୀୟ ହକିରୁ ଅବସର ନେଲେ । ଓଡ଼ିଆ ପୁଅ ଭାରତୀୟ ହକି ଦଳର ଅଧିନାୟକ ଥିଲେ । ହକି ଇଣ୍ଡିଆ ବିରେନ୍ଦ୍ରଙ୍କ ଅବସର ଘୋଷଣା ନେଇ ଟ୍ୱିଟ୍ କରି ସୂଚନା ଦେଇଛି । ବୀରେନ୍ଦ୍ର ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଉପ-ଅଧିନାୟକ ରହିଥିଲେ । ଆଉ ଦୀର୍ଘ ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ମେଡାଲ ବିଜୟୀ ହୋଇଥିଲା । ଆଉ ଏହି ଦଳରେ ଦୁଇ ଓଡ଼ିଆ ବୀରେନ୍ଦ୍ର ଓ ଅମିତ ରୋହିଦାସ ସାମିଲ ଥିଲେ ।
ଟୋକିଓରେ ପଦକ ବିଜୟୀ ହେବା ପରେ ବୀରେନ୍ଦ୍ରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ମାନିତ କରାଯାଇଥିଲା । ରାଜ୍ୟ ସରକାର ପୂର୍ବ ଘୋଷଣା ମୁତାବକ ଆର୍ଥିକ ସହାୟତା ସହ ପୋଲିସ ବିଭାଗରେ ଡିଏସପି ନିଯୁକ୍ତି ଦେଇଥିଲେ । ଆଉ ଅଲିମ୍ପିକ୍ସରେ ଏତେବଡ ସଫଳତା ପାଇବା ପରେ ଏବେ ଅବସର ଘୋଷଣା କରିଛନ୍ତି ବୀରେନ୍ଦ୍ର । ଭାରତୀୟ ହକି ଦଳର ସଫଳତମ ଖେଳାଳୀ ଥିବା ବୀରେନ୍ଦ୍ର ପଡିଆରେ ରକ୍ଷଣଭାଗ ସମ୍ଭାଳୁଥିଲେ ।
ଏହାପୂର୍ବରୁ ଆଜି ଭାରତୀୟ ହକି ଦଳର ଡ୍ରାଗ ଫ୍ଲିକର ରୂପିନ୍ଦର ପାଲ ସିଂ ମଧ୍ୟ ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଥିଲେ । ରୂପିନ୍ଦର ମଧ୍ୟ ଅଲିମ୍ପିକ୍ସ ମେଡାଲ ବିଜେତା ଭାରତୀୟ ହକି ଟିମର ସଦସ୍ୟ ରହିଥିଲେ ।

Leave A Reply

Your email address will not be published.