ବିନାୟକ ଆଚାର୍ଯ୍ୟ କଲେଜରେ ଛାତ୍ରୀଙ୍କୁ ରାଗିଂ: ଜୋରଜବରଦସ୍ତ ଅସଦାଚରଣ, ଭିଡିଓ ଭାଇରାଲ ପରେ ୨ ଛାତ୍ର ଗିରଫ, ୩ ଅଟକ

24

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡି ଛକସ୍ଥିତ ବିନାୟକ ଆଚାର୍ଯ୍ୟ କଲେଜର ଜଣେ ଛାତ୍ରୀଙ୍କୁ ଜୋରଜବରଦସ୍ତ ଅସଦାଚାରଣ କରିବା ଅଭିଯୋଗରେ ୨ ଜଣ ଛାତ୍ରଙ୍କୁ ଗିରଫ କରାଯାଇଥିବା ବେଳେ ୩ ଜଣ ଅଟକ ଅଛନ୍ତି । ସଂପୃକ୍ତ ଛାତ୍ରୀଙ୍କ ସହ ଅନ୍ୟ ଜଣେ ଛାତ୍ରଙ୍କର ମିଛିମିଛିକା ବିବାହ କରିବା ଭିଡିଓ ଭାଇରାଲ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ରାଗିଂ କରିଥିବା ଛାତ୍ରକୁ ପୁଲିସ ଗିରଫ କରିଛି । ଗିରଫ ଛାତ୍ର ହେଲେ ହରିଡ଼ାଖଣ୍ଡି ସ୍ଥିତ ଶାନ୍ତି ନଗରର ଅଭିଷେକ ନାହାକ(୨୪) ଓ ବାବୁଲା ପଣ୍ଡା(୧୮) । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଆଣ୍ଟି ରାଗିଂ କମିଟିରେ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି କଲେଜର ଅଧ୍ୟ ଡ. ପ୍ରମିଳା ଖାଡ଼ଙ୍ଗା କହିଛନ୍ତି ।
ସୂଚନାଯୋଗ୍ୟ ଯେ ଗତକାଲି ବିନାୟକ ଆଚାର୍ଯ୍ୟ କଲେଜ ଭିତରେ କିଛି ବିଦ୍ୟାର୍ଥୀ ମିଶି ଯୁକ୍ତ ଦ୍ୱିତୀୟ ବର୍ଷର ଛାତ୍ର ଓ ଯୁକ୍ତ ପ୍ରଥମ ବର୍ଷର ଛାତ୍ରୀଙ୍କୁ ରାଗିଂ କରିଛନ୍ତି । ଛାତ୍ର ଅଭିଷେକ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀଙ୍କୁ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ର ଜୋର ଜବରଦସ୍ତି ଆଇ ଲଭ୍ ୟୁ କହିବା ପାଇଁ ବାଧ୍ୟ କରିଥିଲେ । ଏପରିକି ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥି ଛାତ୍ର ଅଭିଷେକ ତାଙ୍କୁ ଏକ ପ୍ୟାଇପରେ ମାଡ଼ ମାରୁଥିବା ଭାଇରଲ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳିଥିଲା । ଏହା ସହ କୌଣସି ବାବଦକୁ ଅଭିଷେକ ଛାତ୍ରୀଙ୍କ ପାଇଁ ୫୦୦ ଟଙ୍କା ଖର୍ଚ୍ଚ ହୋଇଥିବା ଯୋଗୁଁ ଉପସ୍ଥିତ ଥିବା ଅନ୍ୟ ଛାତ୍ରଛାତ୍ରୀଙ୍କୁ ଏଭଳି ବିବାହ ସିନେମାର ମଜା ନିଅ ବୋଲି କହୁଥିଲେ । ଏହି ସମୟରେ ବିଭାହ ସଙ୍ଗୀତ ବଜାଇ କଥାକଥିତ ବିଭାହ କରି ମଜାନେଇଥିଲେ । ପ୍ରଥମ ବର୍ଷର ଛାତ୍ରୀ ଜଣକ ସିନିୟରଙ୍କ ଏଭଳି କାର୍ଯ୍ୟକୁ ସହି ନ ପାରି ଘଟଣା ସ୍ଥଳରୁ ଯିବାକୁ ଚେଷ୍ଟା କରିଥିଲେ କିନ୍ତୁ ଅଭିଷେକ ତାଙ୍କୁ ବିଭିନ୍ନ ଧମକ ଚମକ ଦେଇ ଛାତ୍ରୀଙ୍କ ମୋବାଇଲ୍ ଫୋନ୍ ଓ ବ୍ୟାଗ୍ ମଧ୍ୟ ଛଡାଇ ଦେଇଥିଲେ । ତେବେ ଏହି ଘଟଣା ଘଟୁଥିବା ବେଳେ ଆଉ କିଛି ଛାତ୍ରଛାତ୍ରୀ ଏହାର ମଜା ଉଠାଇ ସିନିୟର ଛାତ୍ରଅଭିଷେକଙ୍କୁ ପ୍ରୋତ୍ସାହିତ କରୁଥିବା ଭାଇରଲ ହୋଇଥିବା ଭିଡ଼ିଓରୁ ଜଣାପଡିଛି । ଏହି ରାଗିଂ କରୁଥିବା ଭିଡ଼ିଓ ସୋସିଆଲ ମେଡିଆରେ ଭାଇରଲ ହେବା ପରେ ପୁଲିସ କେସ ନଂ ୩୦୮/୨୨ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ପୁଲିସ ଉପରୋକ୍ତ ୨ ଛାତ୍ରଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣ ଛାତ୍ରକୁ ଅଟକ ରଖି ପଚରାଉଚରା କରୁଥିବା ବ୍ରହ୍ମପୁର ଏସ୍‌ପି ଡା. ସବରଣା ବିବେକ ଏମ ସୂଚନା ଦେଇଛନ୍ତି । ଏହା ସହ ଗିରଫ ୨ ଛାତ୍ରଙ୍କୁ କଲେଜରୁ ବହିସ୍କାର କରିବା ସହ ଭିଡ଼ିଓରେ ଥିବା ଅନ୍ୟ ଛାତ୍ରାଛାତ୍ରୀଙ୍କ ଏକ ବର୍ଷ ନିଲମ୍ବିତ କରିବା ନିମନ୍ତେ କଲେଜ କତ୍ତୃପକ୍ଷଙ୍କୁ ପୁଲିସ ନିବେଦନ କରିବ ବୋଲି ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି । ଗିରଫ ଛାତ୍ର ଅଭିଷେକଙ୍କ ବିରୋଧରେ ପୂର୍ବରୁ ଏକାଧିକ ମାମଲା ରହିଥିବା ବଡବଜାର ଆଇଆଇସି ପ୍ରଶାନ୍ତ ଭୂପତି କହିଛନ୍ତି । ସୂଚନାଯୋଗ୍ୟ ଯେ ରାଗିଂ କରି ଗିରଫ ହୋଇଥିବା ଛାତ୍ର ଅଭିଷେକ ନାହାକ ପୂର୍ବରୁ ଉକ୍ତ କଲେଜରେ ବହୁ ବିଦ୍ୟାର୍ଥୀଙ୍କୁ ଦୁର୍ବ୍ୟବହାର କରିବା ସହ ରାଗିଂ ମଧ୍ୟ କରିଥିଲେ । ଏନେଇ କଲେଜ ପ୍ରିନ୍ସିପାଲଙ୍କ ନିକଟରେ କିଛି ବିଦ୍ୟାର୍ଥୀ ଅଭିଯୋଗ କରିଥିବା ବେଳ ଅଭିଷେକଙ୍କ ଅଭିଭାବକଙ୍କୁ କଲେଜକୁ ଡାକି ଅଭିଷେକଙ୍କୁ ତାଗିତ କରିବା ସହ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ପ୍ରିନ୍ସିପାଲ ଚେତାବନୀ ଦେଇଥିଲେ ।

Comments are closed, but trackbacks and pingbacks are open.