ଜେଲ ଗଲେ କୋଟିପତି ନିର୍ବାହୀ ଯନ୍ତ୍ରୀ

30

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଥିବା ବାଲେଶ୍ୱର ଜିଲା କ୍ଷୁଦ୍ର ଜଳସେଚନ ବିଭଗ ନିର୍ବାହୀ ଯନ୍ତ୍ରୀ ମହେଶ ପ୍ରସାଦ ପଟ୍ଟନାୟକ ଗିରଫ ହୋଇଛନ୍ତି । ତାଙ୍କ ନାମରେ ଭିଜିଲାନ୍ସ ଟିମ ମାମଲା ରୁଜୁ କରିବା ସହ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଛି । ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଶୁକ୍ରବାର ମହେଶଙ୍କ ବାସଭବନ ସମେତ ଏକକାଳୀନ ରାଜ୍ୟ ତଥା ରାଜ୍ୟ ବାହାରେ ୫ଟି ସ୍ଥାନରେ ଚଢ଼ଉ କରାଯାଇଛି । ଭିଜିଲାନ୍ସ ଟିମ ତଦନ୍ତ କରି ମହେଶଙ୍କର ୩ କୋଟି ୭୩ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଜବତ କରଛି । ଯାହାକି ମହେଶଙ୍କ ଆୟ ଠାରୁ ୨୩୩ ପ୍ରତିଶତ ଅଧିକ ।

Comments are closed, but trackbacks and pingbacks are open.