ବିଲ୍‌କିସ୍ ବାନୋ ମାମଲା
ଶୁଣାଣିରୁ ଓହରିଲେ ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ

34




ନୂଆଦିଲ୍ଲୀ : ବିଲ୍‌କିସ୍ ବାନୋଙ୍କ ପିଟିସନ୍‌ର ଶୁଣାଣି କରିବାକୁ ଥିବା ସୁପ୍ରିମ୍‌କୋର୍ଟ ଖଣ୍ଡପୀଠରୁ ଜଜ୍ ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି । ତେବେ ସେ ଏହାର କାରଣ ସମ୍ପର୍କ କିଛି କହିନାହାନ୍ତି । ମାମଲା ଅନ୍ୟ ଖଣ୍ଡପୀଠକୁ ପ୍ରଦାନ କରିବା ନିମନ୍ତେ ଏହାର ଶୁଣାଣି କରୁଥିବା ଜଷ୍ଟିସ୍ ଅଜୟ ରସ୍ତୋଗୀ ଏବଂ ବେଲା ମାଧୁର୍ଯ୍ୟ ତ୍ରିବେଦୀଙ୍କ ଖଣ୍ଡପୀଠ କହିଛନ୍ତି । ଗ୍ୟାଙ୍ଗ୍‌ରେପ୍‌ର ୧୧ ଦୋଷୀଙ୍କୁ ଖଲାସ କରାଯିବା ବିରୋଧରେ ବିଲ୍‌କିସ୍‌ଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ପୁଣିଥରେ ଏହି ପିଟିସନ୍ ଦାଖଲ କରାଯାଇଥିଲା । ୨୦୦୨ ଦଙ୍ଗା ବେଳେ ବିଲ୍‌କସ୍ ସହିତ ଗ୍ୟାଙ୍ଗରେପ୍ ହୋଇଥିଲା । ଖଣ୍ଡପୀଠରେ ମାମଲାରୁ ଶୁଣାଣି ଆରମ୍ଭ ମାତ୍ରେ ଜଷ୍ଟିସ୍ ଅଜୟ ରସ୍ତୋଗୀ କହିଥିଲେ ସାଥୀ ଜଜ୍ ମାମଲାର ଶୁଣାଣି କରିବାକୁ ଚାହୁଁନାହାନ୍ତି । ମାମଲାକୁ ଏପରି ଏକ ଖଣ୍ଡପୀଠରେ ଲିଷ୍ଟ୍ କରାଯାଉ, ଯେଉଁଥିରେ ସେ ଦୁଇଜଣଙ୍କ ମଧ୍ୟରୁ କେହି ସଦସ୍ୟ ନଥିବେ ବୋଲି ଜଷ୍ଟିସ୍ ରସ୍ତୋଗୀଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଦେଶ ଦେଇଛନ୍ତି । ଫଳରେ ବିଲ୍‌କିସ୍‌ଙ୍କ ଆବେଦନ ଉପରେ ଶୁଣାଣି ଟଳିଯାଇଛି । ଏବେ ମାମଲାର ଶୁଣାଣି ଅନ୍ୟ ଖଣ୍ଡପୀଠରେ ହେବ । ଏହାର ତାରିଖ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।

Comments are closed, but trackbacks and pingbacks are open.