କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳିତ

27

ଭୁବନେଶ୍ଵର, ୦୫.୦୩.୨୦୨୩ – କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆଜି କଳିଙ୍ଗ ଷ୍ଟାଡିୟମ ପରିସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ରାଜ୍ୟ ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଶ୍ରୀ କୁନ ବିହାରୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥଲେ । ଏଥି ସହିତ ବିଜୁ ପଟ୍ଟନାୟକ ଜୟନ୍ତୀ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ସେ ପୁରସ୍କାର ବିତରଣ କରିଥିଲେ I

ପ୍ରଥମେ ଆଜି ଅନୁଷ୍ଠିତ ପ୍ରଦର୍ଶନୀ ଫୁଟବଲ ମ୍ୟାଚରେ 6-5 ଗୋଲରେ କ୍ରୀଡ଼ାବିଭାଗ ଏକାଦଶ ଠାରୁ ବିଜୟୀ ହୋଇଥିବା ଏଚପିସି ଏକାଦଶକୁ ଟ୍ରଫି ପ୍ରଦାନ କରାଯାଇଥିଲା I ପରେ ଚିତ୍ରାଙ୍କନ ପ୍ରତିଯୋଗିତାର ଜୁନିୟର ବର୍ଗରେ ସାଇ ଅକ୍ଷୟ ପ୍ରଥମ, ନମନ ପଣ୍ଡା ଦ୍ଵିତୀୟ ଏବଂ ଓମ ଦିବ୍ୟାଂଶୀ ବେହେରା ତୃତୀୟଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଚିତ୍ରାଙ୍କନ ସିନିୟର ବର୍ଗରେ ଗୀତା ଜ୍ଞାନ ମହାନ୍ତି ପ୍ରଥମ, ଲତିକା ଶ୍ରୀ ଦ୍ଵିତୀୟ ଏବଂ ଶିକ୍ଷା ଶତପଥୀ ତୃତୀୟ ସ୍ଥାନ ସହ ପୁରସ୍କୃତ ହୋଇଥିଲେ ।
ବକ୍ତୃତା ଜୁନିୟର ବର୍ଗରେ ସୁକନ୍ୟା ଚୌଧୁରୀ ପ୍ରଥମ ଏବଂ ଆର.ସି. କାନୁନଗୋ ଦ୍ଵିତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ । ବକ୍ତୃତା ସିନିୟର ବର୍ଗରେ ଶୁଭଶ୍ରୀ ଏସ. ବିଶ୍ୱାଳ ପ୍ରଥମ, ସ୍ଥିତପ୍ରଜ୍ଞା ଜେନା ଦ୍ୱିତୀୟ ଏବଂ କେ. ଏସ. ସିଂ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।


ଗଳ୍ପ ଆବୃତି ଜୁନିୟର ବର୍ଗରେ ସୁକନ୍ୟା ଚୌଧୁରୀ ପ୍ରଥମ, ଓମ ଦିବ୍ୟାଂଶୀ ବେହେରା ଦ୍ଵିତୀୟ ଏବଂ ବିଭାନ ପଟ୍ଟନାୟକ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଛନ୍ତି । ଗଳ୍ପ ଆବୃତି ସିନିୟର ବର୍ଗରେ ଶୁଭଶ୍ରୀ ଏସ. ବିଶ୍ଵାଳ ପ୍ରଥମ, ଆସନା ଅଦିତି ଦ୍ଵିତୀୟ ଏବଂ ଶିକ୍ଷା ଶତପଥୀ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଛନ୍ତି ।
କୁଇଜ ଜୁନିୟର ବର୍ଗରେ ପୂର୍ବା ଆର୍ନଭି ପ୍ରଥମ, ଅର୍ନବ ମିଶ୍ର ଦ୍ଵିତୀୟ, ଅଦ୍ଵିକ ଦାସ ତୃତୀୟ ସ୍ଥାନ ହାସଲ କରି ଥିବା ବେଳେ କୁଇଜ ସିନିୟର ବର୍ଗରେ ଅର୍କ ମୁଖାର୍ଜୀ ପ୍ରଥମ, ଆଦିତ୍ୟ ନାଥ ପ୍ରଧାନ ଦ୍ଵିତୀୟ, ସ୍ଥିତପ୍ରଜ୍ଞା ଜେନା ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ ।
କୌତୁକ ପୋଷାକ (ଫ୍ୟାନସି ଡ୍ରେସ ) ବର୍ଗରେ ବିଭାନ ପଟ୍ଟନାୟକ ପ୍ରଥମ, ଅଭୟ ଦୀପ ସାହୁ ଦ୍ଵିତୀୟ ଏବଂ ସହର୍ଷ ଆଚାର୍ଯ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ। ମ୍ୟୁଜିକ ଚେୟାରରେ ପଲ୍ଲବୀ ଶବର ପ୍ରଥମ, ଆୟୁଷ୍ମାନ ପ୍ରାଧନ ଦ୍ଵିତୀୟ ବିମଲ ସଭା ସୁନ୍ଦର ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ I

ଏହି ଅବସରରେ ଖେଲୋ ଇଣ୍ଡିଆ ୟୁଥ ଗେମରେ ଅଂଶ ଗ୍ରହଣ କରିଥିବା ପୁରୀର ଯୋଗାସନ ଖେଳାଳି ଓ ମାଲଖମ ଖେଳାଳିଙ୍କ ଦ୍ୱାରା ବିଭିନ୍ନ କଳା କୌଶଳ ପ୍ରଦର୍ଶନ ପ୍ରଦର୍ଶନ କରାଯାଇଥିଲା I ଆଜିର ଉତ୍ସବରେ ଅନ୍ୟତମ ଅତିଥିଭାବେ କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀ ଶୈଳେନ୍ଦ୍ର କୁମାର ଜେନା ଯୋଗ ଦେଇଥିବା ବେଳେ ଅନ୍ୟ ଅଧିକାରୀ ଏବଂ କର୍ମଚାରୀ ମନେ ଉପସ୍ଥିତ ଥିଲେ I ଏହି କାର୍ଯ୍ୟକ୍ରମକୁ ନିବେଦିତା ଆଚାର୍ଯ୍ୟ ସଂଯୋଜନା କରିଥିଲେ I

Comments are closed, but trackbacks and pingbacks are open.