ମୁମ୍ବାଇ ଇଣ୍ଡିଆନ୍ସକୁ ବଡ ଝଟକା: ଚଳିତ ବର୍ଷ IPL ଖେଳିବେନି ଯଶପ୍ରୀତ

48

ଆଇପିଏଲ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ବଡ ଝଟକା ଲାଗିଛି। ଭାରତର ଷ୍ଟାର ଦ୍ରୁତ ବୋଲର ୨୦୨୩ ଆଇପିଏଲରୁ ବାଦ ପଡ଼ିଛନ୍ତି। ଏହାର ଅର୍ଥ ପୂରା ଆଇପିଏଲରେ ଯଶପ୍ରୀତ ବୁମ୍ରାଙ୍କୁ ଦେଖିବାକୁ ମିଳିବନି। ଆହତ ସମସ୍ୟା ଯୋଗୁ ବୁମ୍ରା ଗତବର୍ଷ ସେଷ୍ଟେମ୍ବର ମାସରୁ କ୍ରିକେଟରୁ ଦୂରେଇ ରହିଛନ୍ତି। ଏବେ ବି ସେ ପଡ଼ିଆକୁ କମବ୍ୟାକ୍‌ କରିବାକୁ ଫିଟ ହୋଇ ନଥିବା ଜଣାପଡ଼ିଛି। ସୂତ୍ର ଅନୁସାରେ, ପିଠି ଯନ୍ତ୍ରଣା ସମସ୍ୟାରେ ପଡ଼ିଥିବା ବୁମ୍ରାଙ୍କୁ ଏଥିରୁ ମୁକୁଳିବା ପାଇଁ ସର୍ଜରୀର ଆବଶ୍ୟକତା ରହିଛି। ସେ ଖୁବଶୀଘ୍ର ବିଦେଶରେ ବ୍ୟାକ ଇଞ୍ଜୁରୀ ସମସ୍ୟାର ସମାଧାନ ପାଇଁ ଅସ୍ତ୍ରୋପଚାର କରିବାକୁ ଯାଇ ପାରନ୍ତି। ତେଣୁ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଥିବା ଆଇପିଏଲରେ ତାଙ୍କୁ ଦେଖିବାକୁ ମିଳିବ ନାହିଁ।

କେବଳ ମୁମ୍ବାଇ ଇଣ୍ଡିଆନ୍ସକୁ ନୁହେଁ, ବୁମ୍ରାଙ୍କ ଆହତ ସମସ୍ୟା ଟିମ ଇଣ୍ଡିଆ ପାଇଁ ମଧ୍ୟ ଶକ୍ତ ଝଟକା ସଦୃଶ ହୋଇଛି। ସେ କେବଳ ଆଇପିଏଲ ନୁହେଁ, ଆସନ୍ତା ଜୁନ ମାସରେ ଭାରତ ଯଦି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିବ, ସେଥିରେ ମଧ୍ୟ ବୁମ୍ରା ନଜର ଆସିବେ ନାହିଁ। ଅଗଷ୍ଟ ମାସରେ ବୁମ୍ରା ବ୍ୟାକ ଇଞ୍ଜୁରୀ ସମସ୍ୟାରେ ପଡ଼ିବାରୁ ତାଙ୍କୁ ଏସିଆ କପରୁ ବାଦ ଦିଆଯାଇଥିଲା। ତେବେ ତାଙ୍କ ଇଞ୍ଜୁରୀ ସମସ୍ୟା କେତେ ଗୁରୁତର ସେକଥା ଜଣାନଥିବାରୁ ତାଙ୍କୁ ଭାରତର ଟି-୨୦ ବିଶ୍ୱକପ ସ୍କ୍ୱାଡରେ ସ୍ଥାନ ମିଳିଥିଲା। ଏପରି କି ସେ ଅଷ୍ଟ୍ରେଲିଆ ବିପକ୍ଷ ସେପ୍ଟେମ୍ବର ୨୩ ଓ ୨୫ରେ ଖେଳାଯାଇଥିବା ଟି-୨୦ରେ ନଜର ଆସିଥିଲେ। ସେ କମବ୍ୟାକ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ଆହତ ସମସ୍ୟା ଦିନକୁ ଦିନ ଗୁରୁତର ହେବାରେ ଲାଗିଥିଲା। ତେଣୁ ସେ ବିଶ୍ୱକପ ସ୍କ୍ୱାଡରୁ ବାଦ ପଡ଼ିଥିଲେ।

ହେଲେ ଜାନୁଆରୀ ମାସରେ ସେ ରହାବ କରୁଥିବା ବେଳେ ପୁଣି ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସ୍କାନରୁ ଜଣାପଡ଼ିଥିଲା ଯେ ନୂଆ ନିଗଲ ସମସ୍ୟାରେ ସେ ପଡ଼ିଛନ୍ତି। ଏଥିପାଇଁ ତାଙ୍କୁ ବର୍ଡର-ଗାଭାସ୍କର ଟ୍ରଫିରୁ ବାଦ ହେବାକୁ ପଡ଼ିଥିଲା

Comments are closed, but trackbacks and pingbacks are open.