ମହାଠକେଇ : ଦୀପକ କିଣ୍ଡୋ ନାଁରେ ଲୁକ୍ ଆଉଟ୍ ସର୍କୁଲାର ନୋଟିସ୍ ଜାରି

120

୧୦୦ କୋଟି ଟଙ୍କା ଠକେଇ ଅଭିଯୋଗ ରେ ଦିୟା ଡାଏରୀର ପରିଚାଳନା ନିର୍ଦ୍ଦେଶିକା ଅମ୍ରିତା କିଣ୍ଡୋଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଗିରଫ କରିଛି I ବର୍ତ୍ତମାନ ଏହି ମାମଲାର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଥିବା ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ୍ ଲିମିଟେଡର ଏମଡି, ତଥା ଅମ୍ରିତାଙ୍କ ସ୍ୱାମୀ ଦୀପକ କିଣ୍ଡୋଙ୍କ ବିରୋଧରେ ସର୍କୁଲାର ନୋଟିସ୍ ଜାରି କରିଛି କ୍ରାଇମବ୍ରାଞ୍ଚ । ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ୍ ଲିମିଟେଡଠାରୁ ୫କୋଟି ଋଣ ନେଇ ଫେରାର ଥିଅଛନ୍ତି ଦୀପକ । ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ୍ ଲିମିଟେଡର ଅଭିଯୋଗ ଆଧାରରେ EOW ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ତେବେ ଗିରଫଦାରୀ ଏଡ଼ାଇବା ଲାଗି ଦୀପକ ଏବେ ଆତ୍ମଗୋପନ କରିଥିବା ସୂଚନା ମିଳିଛି I

ଦୀପକ କିଣ୍ଡୋଙ୍କ ବିରୋଧରେ ଦେଶ ଓ ବାହାର ଦେଶର ବିଭିନ୍ନ ବ୍ୟାଙ୍କରୁ ୧୦୯କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ରହିଛି । ତାଙ୍କୁ ଧରିବାକୁ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି । ଏ ନେଇ କ୍ରାଇମବ୍ରାଞ୍ଚ ଡିଆଇଜି ଜୟ ନାରାୟଣ ପଙ୍କଜ ସୂଚନା ଦେଇଛନ୍ତି I

Leave A Reply

Your email address will not be published.