ମହାକାଶ ଗବେଷଣା କ୍ଷେତ୍ରରେ ଇସ୍ରୋକୁ ବଡ ସଫଳତା, ପିଏସଏଲଭି-ସି ୫୨ର ସଫଳ ଉତକ୍ଷେପଣ

20

ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) କୁ ଚଳିତ ବର୍ଷର ପ୍ରଥମ ବଡ଼ ସଫଳତା ମିଳିଛି I ଆଜି ସକାଳ ୫ .୫୯ ରେ PSLV-C52 (PSLV-C52) ପିଏସ୍ ଏଲ୍ ଭି-ସି୫୨ର ସଫଳ ପରୀକ୍ଷଣ ହୋଇଛି I ଏଥି ସହ ଆଉ ଦୁଇଟି ଛୋଟ ଉପଗ୍ରହ ବି ଆଜି ସକାଳେ ଆନ୍ଧ୍ର ପ୍ରଦେଶ ର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତ୍ କ୍ଷେପିତ ହୋଇଛି।

ଏହା ସାହାଯ୍ୟରେ ଏକ ଭୂ-ନିରୀକ୍ଷକ ଉପଗ୍ରହ ପୃଥିବୀର କକ୍ଷପଥରେ ସ୍ଥାପନ କରାଯିବ। ପିଏସଏଲଭି ହେଉଛି ଏକ ରାଡାର ଇମେଜିଂ ସାଟେଲାଇଟ୍‌ । ସବୁ ପାଣିାଗରେ ଏହି ସାଟେଲାଇଟ୍‌ କୃଷି, ଜଙ୍ଗଲ ଏବଂ ବୃକ୍ଷରୋପଣ, ମୃତ୍ତିକା ଓ ଜଳ ବିଜ୍ଞାନ ଏବଂ ବନ୍ୟାର ଉଚ୍ଚଗୁଣବତ୍ତାର ଫଟୋ ଉତ୍ତୋଳନ କରିପାରିବ । ସୂଚନାଯୋଗ୍ୟ ଯେ ଗତବର୍ଷ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହାକୁ ମହାକାଶ କକ୍ଷ ପଥରେ ଅବସ୍ଥାପିତ କରାଯାଇ ପାରିନଥିଲା । ତେବେ ଚଳିତବର୍ଷ ଇସ୍ରୋ ଏହାର ପ୍ରଥମ ସଫଳ ଉତ୍‌କ୍ଷେପଣରେ କରି ପାରିଛି I

Comments are closed, but trackbacks and pingbacks are open.