“ବିଗ୍ ବି” ଗୁରୁତର ଆହତ

21

ବଲିଉଡର ସେହେନଶାହା ଅମିତାଭ ବଚ୍ଚନ ଗୁରୁତର ଆହତ ହୋଇଛନ୍ତି । ତାଙ୍କର ଅପକମିଂ ଫିଲ୍ମର ସୁଟିଂ ଚାଲିଥିବା ବେଳେ ବିଗ୍ ବି ଆହତ ହୋଇଥିବା ସୂଚନା ମିଳିଛି । ହାଇଦ୍ରାବାଦରେ ସୁଟିଂ ଚାଲିଥିବା ବେଳେ ଆହତ ହୋଇଛନ୍ତି । ‘ପ୍ରୋଜେକ୍ଟ-କେ’ର ସୁଟିଂ ବେଳେ ଗୋଡରେ ଆଘାତ ଲାଗିଛି । ଏକ ଆକ୍ସନ ସିନ୍ ସୁଟ୍ ବେଳେ ବିଗ୍ ବିଙ୍କ ପିଞ୍ଜରାର ମାଂସପେଶୀରେ ଆଘାତ ଲାଗିଥିବା ଜଣାପଡ଼ିଛି । ସୁଟିଂ ବନ୍ଦ କରି ହାଇଦ୍ରାବାଦରୁ ବିଗ୍‌-ବି ମୁମ୍ବାଇ ଫେରିଥିବା ଜଣାପଡିଛି ।

ଆହତ ହୋଇଥିବା ନେଇ ନିଜ ବ୍ଲଗରେ ଅମିତାଭ ବଚ୍ଚନ ସୂଚନା ଦେଇଛନ୍ତି । ସୁଟିଂ ବାତିଲ ହୋଇଥିବା ବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ବିଶ୍ରାମ ନେଉଛନ୍ତି । ଆହତ ହେବା ପରେ ଅମିତାଭ ହାଇଦ୍ରାବାଦସ୍ଥିତ ‘ଏଆଇଜି ହସ୍ପିଟାଲ୍‌’ରେ ଚିକିତ୍ସିତ ହେବା ସହ ‘ସିଟି’ ସ୍କାନ୍ କରାଇଥିଲେ । ପରେ ସେ ମୁମ୍ବାଇ ଫେରିଆସିଛନ୍ତି ।

ହଲଚଲ ହେବା ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିବା ବେଳେ ଆରାମ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ସୁସ୍ଥ ହେବାକୁ କିଛି ସପ୍ତାହ ସମୟ ଲାଗିବ ବୋଲି ନିଜ ବ୍ଲଗରେ ସୂଚନା ଦେଇଛନ୍ତି ବିଗ୍ ବି ।

Comments are closed, but trackbacks and pingbacks are open.