୭୯ ବର୍ଷରେ ପଦାର୍ପଣ କଲେ ବିଗ ବି’

22

ବଲିଉଡ ମେଗା ଷ୍ଟାର ବିଗ୍ ବି ଆଜି ୭୯ ବର୍ଷରେ ପଦାର୍ପଣ କରିଛନ୍ତି । ସେ ୧୯୪୨ମସିହା ଅକ୍ଟୋବର ୧୧ରେ ରେ ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ। ପ୍ରତିବର୍ଷ ତାଙ୍କ ଘର ଜଲସା ବାହାରେ ଫ୍ୟାନ୍‌ ଏକାଠି ହୁଅନ୍ତି। ବିଗ୍‌ ବି’ଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଦେଇଥାନ୍ତି । ଏହି ମହାନାୟକଙ୍କ ଜନ୍ମଦିନ ଅବସରରେ ବଲିଉଡ ମଧ୍ୟ ଶୁଭେଚ୍ଛାର ଜଣାଇଥାଏ ବଡ ବଡ ସେଲେବ୍ରିଟି ଏବଂ ଷ୍ଟାରମାନେ ବିଗ୍‌ ବି’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି ବୟସରେ ମଧ୍ୟ ଅମିତାଭ ବଚ୍ଚନ ଖୁବ ଏନରଜେଟିକ ଫିଟ ଏଣ୍ଡ ଫାଇନ ଦେଖାଯାଇଥାନ୍ତି I ଫିଟ ଦେଖାଯିବା ପାଇଁ ବିଗ୍ ବି ଆଜି ବି ଦିନକୁ ୧୬ ଘଣ୍ଟା କାମ କରିବା ସହିତ ଅମିତାଭ ବଚ୍ଚନ ପ୍ରତିଦିନ ୱାର୍କଆଉଟ୍ କରନ୍ତି। ସେ ନିୟମିତ ମର୍ଣ୍ଣିଂ ୱାକ କରନ୍ତି ଏବଂ ଯୋଗ ମଧ୍ୟ ତାଙ୍କର ଦୈନନ୍ଦିନ ଜୀବନର ଏକ ଅଂଶ। ତାଙ୍କ ଫିଟନେସ୍ ପାଇଁ ନିୟମିତ ବ୍ୟାୟାମ ହେଉଛି ସବୁଠାରୁ ବଡ କାରଣ। ଏହାବାଦ ସେ ଦୈନିକ ଆହାର ଉପରେ ପୁରା ଧ୍ୟାନ ଦେଇଥାନ୍ତି I ବର୍ତ୍ତମାନ ଜୀବନ ରେ ଉଭୟ ଅମିତାଭ ଓ ପତ୍ନୀ ଜୟା ବଚ୍ଚନ ସମ୍ପୂର୍ଣ୍ଣ ଶାକାହାରୀ ଭୋଜନ କରୁଛନ୍ତି Iଏହା ନିଶ୍ଚିତ ଭାବରେ ଯୁବକ ଏବଂ ବୟସ୍କ ମାନଙ୍କ ପାଇଁ ଏକ ପ୍ରେରଣା ଉତ୍ସ ହୋଇପାରେ। ନିଜର ଡେଲି ରୁଟିନ୍ ଅନୁଯାୟୀ ଅମିତାଭ ବଚ୍ଚନ ମିଠା,ତମାଖୁ ଏବଂ କୌଣସି ପ୍ରକାର ମାଦକ ଦ୍ରବ୍ୟ ବ୍ୟତୀତ କଫି ଠାରୁ ମଧ୍ୟ ଦୂରରେ ରୁହନ୍ତି। କେବଳ ଏତିକି ନୁହେଁ, ସେ ଚକୋଲେଟ୍ ଏବଂ ପେଷ୍ଟ୍ରିରୁ ମଧ୍ୟ ଦୂରେଇ ରୁହନ୍ତି। ବାସ୍ତବରେ, ଏହି ଜିନିଷଗୁଡ଼ିକରେ ପ୍ରଚୁର ପରିମାଣର ଚର୍ବି ଏବଂ କ୍ୟାଲୋରୀ ଥାଏ, ଯାହା ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଏ।
ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କର ୭୯ ତମ ଜନ୍ମଦିନ ପାଳନ ଅବସରରେ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ତାଙ୍କର ଲାଟେଷ୍ଟ ବ୍ଲଗ୍ ସେୟାର କରି ଏକ ବଡ ନିଷ୍ପତ୍ତି ବିଷୟରେ କହିଛନ୍ତି। କମଲା ପସନ୍ଦ’ ଗୁଟଖାର ବିଜ୍ଞାପନରୁ ବାହାରି ଯାଇଛନ୍ତି ବୋଲି ସେ ତାଙ୍କ ବ୍ଲଗରେ ସୂଚନା ଦେଇଛନ୍ତି।
ନିକଟରେ, ତମାଖୁ ବିଲୋପ ପାଇଁ ଜାତୀୟ ସଂଗଠନର ସଭାପତି ଡକ୍ଟର ଶେଖର ସାଲକର ଅମିତାଭଙ୍କୁ ଏହି ବିଷୟରେ ଏକ ଚିଠି ଲେଖିଥିଲେ। ଏହି ଚିଠିରେ ସେ କହିଥିଲେ, ଡାକ୍ତରୀ ଅନୁସନ୍ଧାନରୁ ଜଣାପଡିଛି ଯେ ତମାଖୁ ଏବଂ ପ୍ୟାନ ମସାଲା ଭଳି ପଦାର୍ଥ, ବ୍ୟକ୍ତି ବିଶେଷ କରି ଯୁବକଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇପାରେ। ତେଣୁ ପୋଲିଓ ଅଭିଯାନର ଅଫିସିଆଲ୍ ବ୍ରାଣ୍ଡ ଆମ୍ବାସାଡର ଅମିତାଭ ବଚ୍ଚନ ଏହି ପାନ ମସାଲାର ବିଜ୍ଞାପନରୁ ଓହରିଯିବା ଉଚିତ୍।

Leave A Reply

Your email address will not be published.