ୟୁପିଆଇ ୟୁଜର୍ସଙ୍କ ପାଇଁ ବଡ଼ ଘୋଷଣା

49

ଆପଣ ୟୁପିଆଇ ବ୍ୟବହାର କରି ଆପଣ ନେଣଦେଣ କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଆରବିଆଇ ଏକ ଖୁସି ଖବର ଆଣିଛି । ଏଣିକି ୟୁପିଆଇ ବ୍ୟବହାରକାରୀ ଏକା ଥରରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନ୍‌ଲାଇନରେ ଟ୍ରାନ୍‌ଜାକ୍ସନ କରିପାରିବେ । ପୂର୍ବରୁ ଏହି ସୀମା ଏକ ଲକ୍ଷ ଟଙ୍କା ଥିଲା ।

ଏହାକୁ ଆଜି ପରିବର୍ତ୍ତନ କରାଯାଇଥିବା ନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି । ୟୁପିଆଇ ଟ୍ରାନ୍‌ଜାକ୍ସନ ସୀମା ବଢାଯାଇଥିଲେ ମଧ୍ୟ ଏହା କେବଳ ଡାକ୍ତରଖାନା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ଟଙ୍କା ପଠାଇବା ବେଳେ ଉପଯୋଗୀ ହେବ ବୋଲି କୁହାଯାଇଛି ।

ଡାକ୍ତରଖାନା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ଫିସ୍‌ ଦେବା ସମୟରେ ୟୁପିଆଇ ଟ୍ରାନ୍‌ଜାକ୍ସନକୁ ନେଇ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । କାରଣ ଏହି ସୀମା ଏକ ଲକ୍ଷ ଟଙ୍କା ଥିଲା। ଯାହାକୁ ଲକ୍ଷ୍ୟ କରି ଏଥିରେ ପରିବର୍ତ୍ତନ କରାଯାଇଛି ।

Comments are closed, but trackbacks and pingbacks are open.